ଦିନରେ ଶ୍ରମିକ, ରାତିରେ ଡକାୟତି ଗ୍ୟାଙ୍ଗର ଡ୍ରାଇଭର

ଅପରାଧ ରାଜ୍ୟ ସୁନ୍ଦରଗଡ଼
Spread the love

କୋଇଡ଼ା, ୨୪/୧୧: ପୁଲିସ ଏନ୍‌କାଉଣ୍ଟରବେଳେ ଗିରଫ କେ. ବଲାଙ୍ଗ ରକ୍ସିର ସନିଆ ‌କେର୍କେଟା (୨୨)। ଡକାୟତିରେ ବ୍ୟବହାର ହେଉଥିବା ସ୍କର୍ପିଓ (ଓଡି ୦୨ଟି-୫୪୦୦)ର ମାଲିକ। ରାତାରାତି ଲକ୍ଷପତି ହେବାର ଲୋଭରେ ବଶବର୍ତ୍ତୀ ହୋଇ ସାମିଲ ହୋଇଥିଲା ଅପରାଧୀ ଗ୍ୟାଙ୍ଗରେ। ଦିନରେ ରେଳସାଇଡିଂରେ ଶ୍ରମିକ ଭାବେ କାମ କରୁଥିଲା। ରାତିରେ ଡକାୟତି ଗ୍ୟାଙ୍ଗକୁ ନିଜ ସ୍କର୍ପିଓରେ ବସାଇ ଠିକଣା ଜାଗାରେ ପହଞ୍ଚାଉଥିଲା। ନିର୍ଦ୍ଧାରିତ ଠିକଣାରେ ପହଞ୍ଚିବାର ଭଡ଼ା ମାତ୍ର ଦେଢ଼ ହଜାର ଥିଲେ। ଡକାୟତି ଗ୍ୟାଙ୍ଗଠୁ ଭଡ଼ା ବାବଦରେ ପାଉଥିଲା ୧୦ରୁ ୩୦ ହଜାର ଟଙ୍କା। ତାକୁ ଡକାୟତି ଗ୍ୟାଙ୍ଗର ରିଂ ମାଷ୍ଟର ରାଜେଶ ସିଂହ ଓ ଚାଣ୍ଡେ ଜନ୍ମଦିନ ଭୋଜି କହି ନେଉଥିଲେ। ଟ୍ରାନ୍ସପୋର୍ଟ ଅଫିସଠୁ କିଛି ଦିନରେ ଗାଡ଼ି ଛିଡା କରିବାକୁ କହୁଥିଲେ। ଡକାୟତି କରିବା ପରେ ଢାବାରେ ବସି ଖାଇବାପରେ ଫେରି ଆସୁଥିଲା।

ରାଜେଶ ସ୍ଥାନୀୟ ଅଞ୍ଚଳ ହୋଇଥିବାରୁ ଖଣି ଅଞ୍ଚଳର ଟ୍ରାନ୍ସପୋର୍ଟ ଓ ଖଣି ଅଫିସରକୁ ଦିନରେ ଚାଣ୍ଡେ ସହ ବୁଲି ଚିହ୍ନଟ କରୁଥିଲା। ସେଠାରେ କାର୍ଯ୍ୟରତ କର୍ମଚାରୀ ଓ ଲୋକଙ୍କ ଚାଳିଚଳନ ସମ୍ପର୍କରେ ପଚାରି ବୁଝୁଥିଲେ। ଚିହ୍ନଟ ଟ୍ରାନ୍ସପୋର୍ଟ ଅଫିସ୍‌ରୁ ଲୁଟ୍‌ କରିବାକୁ ଯୋଜନା କରୁଥିଲେ। ପରେ ଚାଣ୍ଡେ ଝାଡ଼ଖଣ୍ଡର ଅପରାଧୀମାନଙ୍କୁ ମୋଟା ଅଙ୍କର ଲୋଭ ଦେଖାଇ ଡାକୁଥିଲା। ‌ସେମାନେ ପହଞ୍ଚିଲାପରେ ଯୋଜନା ମୁତାବକ ଆରମ୍ଭ ହେଉଥିଲା ଡକାୟତି ଅପରେସନ୍‌। ଏମାନେ ୨୩ ସେପ୍ଟେମ୍ବରରେ ବାଙ୍କୋରୁ ଡକାୟତି କରିଥିଲେ। ଅପରେସନ୍‌ ସଫଳ ହେବା ପରେ ଗୋଟିଏ ପରେ ଗୋଟିଏ ଡକାୟତି କରିଚାଲିଥିଲେ। ଗତ ୯ ତାରିଖରେ ରେଙ୍ଗାଲବେଡ଼ାରେ ଦୁଇ ବାଲୋରୋରୁ ୨ ଲକ୍ଷ ଲେଖାଏଁ ଲୁଟ୍‌ କରିଥିଲେ। ଚାରି ଦିନ ପରେ ଅର୍ଥାତ୍‌ ୧୩ ତାରିଖ ରାତିରେ ବରସୁଆ ବିଏନ୍‌ଆର୍‌ ଟ୍ରାନ୍ସପୋର୍ଟ ଅଫିସ୍‌ରେ ବନ୍ଧୁକ ଓ ଛୁରା ଧରି ପଶିିଥିଲେ। କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୩ ଲକ୍ଷ ୫୯ ହଜାର ଟଙ୍କା ଲୁଟି ନେଇଥିଲେ। ସାତ ଦିନ ପରେ ଅର୍ଥାତ୍‌ ଗତ ୨୦ ରେ କୋଇଡାର ମା’ ତାରିଣୀ ଟ୍ରାନ୍ସପୋର୍ଟ ଅଫିସକୁ ବନ୍ଧୁକ ଧରି ପଶିଥିଲେ।

କର୍ମଚାରୀଙ୍କୁ ମାଡ଼ ମାରିବା ସହ ଜୀବନରୁ ମାରିବାକୁ ଧମକଚମକ ଦେଇ ସାଢ଼େ ୩ ଲକ୍ଷରୁ ଅଧିକ ଟଙ୍କା ଧରି ଚମ୍ପଟ ମାରିଥିଲେ। ଗତ ଶନିବାର ରାତିରେ ବନ ଧରଣର ଡକାୟତି କରିବା ପୂର୍ବରୁ ଗଠିତ ସ୍ବତନ୍ତ୍ର ପୁଲିସ ଟିମ୍‌ ପଞ୍ଝାରେ ପଡ଼ିଯାଇଥିଲେ। ଏନ୍‌କାଉଣ୍ଟରରେ ୩ ଆହତ ହେଲେ। ଅନ୍ୟ ୫ ସହଯୋଗୀଙ୍କୁ ପୁଲିସ ମାଡ଼ିବସିଥିଲା। ଦୁଇ ସହଯୋଗୀ ସେଠାରୁ ଖସିଯିବାକୁ ସକ୍ଷମ ହୋଇଥିଲେ।

Leave a Reply

Your email address will not be published. Required fields are marked *