ବୟାଳିଶ ମୌଜା : ୪୨ମୌଜା ଅନ୍ତର୍ଗତ ଝିଙ୍କିରିଆ ବଜାର କମିଟିର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି ।ଝିଙ୍କିରିଆ ଗ୍ରାମର ଅଧିକାରି ଚିନ୍ମୟ ଦେବତା ଓ ମହନ୍ତ ଦୁଷ୍ମନ୍ତ କୁମାର ନନ୍ଦଙ୍କ ମିଳିତ ଉଦ୍ୟମରେ ଓ ସମସ୍ତ ଦୋକାନୀ ଭାଇମାନଙ୍କ ସହମତିରେ ଝିଙ୍କିରିଆ ବଜାର କମିଟିର ନୂତନ କର୍ମକର୍ତ୍ତା ଚୟନ କରାଯାଇଅଛି। ସଭାପତି ଭାବେ ଶ୍ରୀଯୁକ୍ତ ସୁକାନ୍ତ ଦେବତା, ଉପ-ସଭାପତି ପ୍ରମୋଦ ଦେବତା, ସଂପାଦକ ଭାବେ ଅଜୟ କୁମାର ଦେବତା,ସହ ସଂପାଦକ କାହୁ ସେଠୀ, କୋଷାଧ୍ୟକ୍ଷ ଭାବେ ତପନ କୁମାର ଦେବତା, ସହକାରୀ କୋଷାଧକ୍ଷ ଭାବେ ଲକ୍ଷ୍ମୀଧର ସାହୁ, ମହେଶ ନନ୍ଦ ଓ ବିଶ୍ଵଜିତ ଦେବତାଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା ।
ଆଗାମୀ ଦିନରେ ବଜାରକୁ କିପରି ଶୃଙ୍ଖଳା ସହିତ କାମନା କରାଯିବ ଓ ଏକ ଆଦର୍ଶ ବଜାର ରୂପେ ପରିଗଣିତ ହେବ ସେଥିପତି ଦୃଷ୍ଟି ଦେବେ ବୋଲି ନୂତନ କର୍ମକର୍ତ୍ତା ପ୍ରକାଶ କରି ସଭା ସଙ୍ଗ କରାଗଲା ।
