ନୂଆପଡ଼ା ଉପନିର୍ବାଚନ: ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କଲା ବିଜେଡି

ଜିଲା ଖବର ନୂଆପଡ଼ା ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ୱର, ୧୫ /୧୦: ନୂଆପଡ଼ା ଉପନିର୍ବାଚନକୁ ନେଇ ଆସିଲା ବଡ଼ ଖବର। ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କଲା ବିଜେଡି। ଏନେଇ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପୂର୍ବରୁ ସ୍ନେହାଙ୍ଗିନୀ ଅତାବିରା ବିଧାୟିକା ଥିଲେ। ନୂଆପଡ଼ା ନିଜେଡି ଜିଲା ସଭାପତି ଥିବା ମନୋଜ ମିଶ୍ର, ଆଦିବାସୀ ଚେହେରା ଭାବେ ଭାନୁ ପ୍ରତାପ ସିଂ ମାଝୀ ଓ ନୂଆପଡ଼ା ବ୍ଲକ୍‌ ଅଧ୍ୟକ୍ଷ ଥିବା ତାରେଶ୍ୱରୀ ସାହୁ ଏବଂ ରମାକାନ୍ତ ଠାକୁରଙ୍କ ଭଳି କେତେଜଣଙ୍କ ନାଁକୁ ନେଇ ଦଳର ବରିଷ୍ଠ ନେତାମାନେ ଚର୍ଚ୍ଚା କରୁଥିଲେ। ହେଲେ ସବୁ ଆଲୋଚନାର ଅନ୍ତ ଘଟାଇ ଓ ସମସ୍ତଙ୍କୁ ଚମକାଇ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି ବିଜେଡି।

Leave a Reply

Your email address will not be published. Required fields are marked *