ନୂଆଦିଲ୍ଲୀ, ୧୫/୧୦: ଆମେରିକାକୁ ଡାକସେବା ଆରମ୍ଭ କଲା ଭାରତ। ୨ମାସ ତଳେ ସମସ୍ତ ପାର୍ସଲକୁ ସ୍ଥଗିତ ରଖାଯାଇଥିଲା। ହେଲେ ଏବେ ଭାରତୀୟ ଡାକ ବିଭାଗ ଆମେରିକାକୁ ସମସ୍ତ ବର୍ଗର ଆନ୍ତର୍ଜାତୀୟ ଡାକ ସେବା ପୁନଃଆରମ୍ଭ କରିଛି। ଭାରତ ଚଳିତ ବର୍ଷ ଅଗଷ୍ଟରେ ଆମେରିକାକୁ ଅସ୍ଥାୟୀ ଭାବରେ ଡାକ ସେବା ସ୍ଥଗିତ କରିଥିଲା। ଯେତେବେଳେ ଟ୍ରମ୍ପ ଭାରତ ଉପରେ ଶୁଳ୍କ ଦ୍ୱିଗୁଣିତ କରିଥିଲେ ଏବଂ କଷ୍ଟମ୍ ନିୟମ ପରିବର୍ତ୍ତନ କରିଥିଲେ, ସେତେବେଳେ ଭାରତୀୟ ଡାକ ବିଭାଗ ଏହି ପ୍ରତିବନ୍ଧକ ଲଗାଇଥିଲା।
ଏବେ ୨ମାସ ପରେ ପ୍ରତିବନ୍ଧକ ହଟିବାରୁ ଭାରତ ଏବଂ ଆମେରିକା ମଧ୍ୟରେ ଅଟକି ରହିଥିବା ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ଆଗକୁ ବଢ଼ିବା ପରି ମନେ ହେଉଛି। କାରଣ ଏହି ନିଷ୍ପତ୍ତି ପୂର୍ବରୁ ଭାରତର ଏକ ଟିମ୍ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ଏହି ସପ୍ତାହରେ ଆମେରିକା ଯାଉଥିବା ଜଣାପଡ଼ିଥିଲା।
