ଲାଞ୍ଚ ନେଲା ବେଳେ ବିଇଓ, କନିଷ୍ଠ ସହାୟକଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ଜିଲା ଖବର ରାଜ୍ୟ ସମ୍ବଲପୁର
Spread the love

ସମ୍ବଲପୁର,୧୭/୯: ବୁଧବାର ରେଙ୍ଗାଲି ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) କାର୍ଯ୍ୟାଳୟର ଜଣେ କନିଷ୍ଠ ସହାୟକ ଦୁଷ୍ମନ୍ତ କୁମାର ସାହୁ ଓ ଚପରାସୀ ଗୋପବନ୍ଧୁ ସାହୁ ୭,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହି ଦୁଇ ଅଭିଯୁକ୍ତ ଜଣେ କର୍ମଚାରୀଙ୍କ ବେତନ ଓ ବକେୟା ପ୍ରଦାନ ପାଇଁ ୨୫,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ, ଯେଉଁଥିରୁ ପ୍ରଥମ କିସ୍ତି ଭାବେ ୭,୦୦୦ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ସେମାନଙ୍କୁ ଗିରଫ କରିଛି।

ଦୁଷ୍ମନ୍ତ ସାହୁ ନିୟମିତ ଭାବେ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କଠାରୁ ସେମାନଙ୍କର ନ୍ୟାୟସଙ୍ଗତ ଦାବି ପ୍ରକ୍ରିୟାକରଣ ପାଇଁ ଲାଞ୍ଚ ମାଗୁଥିବା ଅଭିଯୋଗ ରହିଛି। ଏହି ମାମଲାରେ ସେ ଅଭିଯୋଗକାରୀଙ୍କଠାରୁ ୭,୦୦୦ ଟଙ୍କା ବେତନ ପାଇଁ ଓ ଅବଶିଷ୍ଟ ୧୮,୦୦୦ ଟଙ୍କା ବକେୟା ପାଇଁ ମାଗିଥିଲେ। ଅଭିଯୋଗକାରୀଙ୍କ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ଦୁଷ୍ମନ୍ତଙ୍କୁ ଗୋପବନ୍ଧୁ ମାଧ୍ୟମରେ ୭,୦୦୦ ଟଙ୍କା ଘୁଷ ନେଉଥିବା ବେଳେ ଧରିଥିଲା।

ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହି ଘଟଣାରେ ମାମଲା ରୁଜୁ କରାଯାଇ ଦୁଷ୍ମନ୍ତଙ୍କ ତିନୋଟି ଓ ଗୋପବନ୍ଧୁଙ୍କ ଗୋଟିଏ ସ୍ଥାନରେ ଆୟ ବହିର୍ଭୁତ୍ତ ସମ୍ପତ୍ତି (DA) ଠୁଳ ସନ୍ଦେହରେ ତଦନ୍ତ ପାଇଁ ଚଢ଼ାଉ ଜାରି ରହିଛି।

Leave a Reply

Your email address will not be published. Required fields are marked *