ଚାକିରି ନାଁରେ ୬୪ ଲକ୍ଷ ଠକେଇ: ଜୀବନ ହାରିଲେ ମହିଳା

ଅପରାଧ ଜିଲା ଖବର ରାଜ୍ୟ ସମ୍ବଲପୁର
Spread the love

ସମ୍ବଲପୁର, ୨୭/୧୦: ସମ୍ବଲପୁର ଜବ୍ ଫ୍ରଡ୍ କେସ୍ ବା ଚାକିରି ପାଇଁ ଠକେଇ ମାମଲାର ଅଭିଯୁକ୍ତ ମହିଳା ସ୍ଵର୍ଣ୍ଣପ୍ରଭା ପାଢ଼ୀ ଶେଷରେ ଜୀବନ ହାରିଛନ୍ତି। ଚାପଗ୍ରସ୍ତ ହୋଇ ବିଷ ପିଇ ଦେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କର ମୃତ୍ୟୁ ହୋଇଛି।୬୦୦ରୁ ଅଧିକ ଲୋକଙ୍କୁ ଚାକିରି ଦେବା ନାମରେ ସ୍ଵର୍ଣ୍ଣପ୍ରଭା ଏବଂ ଅନ୍ୟ ଜଣେ ବ୍ୟକ୍ତି ମିଶି ଟଙ୍କା ଆଦାୟ କରିଥିଲେ। ଲୋକଙ୍କଠାରୁ ସେମାନେ ୬୪ ଲକ୍ଷ ଟଙ୍କା ଠକି ନେଇଥିଲେ। ପୁଲିସ ଟଙ୍କା ଜବତ କରିବା ପରେ ଠକେଇର ଶିକାର ହୋଇଥିବା ଲୋକମାନେ ସ୍ଵର୍ଣ୍ଣପ୍ରଭାଙ୍କ ଘର ଆଗରେ ହୋହଲ୍ଲା କରିବା ସହିତ ଟଙ୍କା ଫେରସ୍ତ ମାଗିଥିଲେ। ଏସବୁ ଚାପ ସହି ନ ପାରି ସ୍ଵର୍ଣ୍ଣପ୍ରଭା ବିଷ ପିଇ ଦେଇଥିଲେ

Leave a Reply

Your email address will not be published. Required fields are marked *