୪.୨୪ କୋଟିର ବ୍ରାଉନସୁଗର, ୭୨ ଲକ୍ଷର ଗଞ୍ଜେଇ ଜବତ

ଅପରାଧ ଭୁବନେଶ୍ୱର ରାଜ୍ୟ
Spread the love

ଭୂବନେଶ୍ଵର, ୩୧/୧୦: ୨୦୨୫ ଆରମ୍ଭରୁ ଅକ୍ଟୋବର ୨୯ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲାରୁ ବିପୁଳ ପରିମାଣର ବ୍ରାଉନସୁଗର ଏବଂ ଗଞ୍ଜେଇ ଜବତ ହୋଇଛି। ତନ୍ମଧ୍ୟରେ ୪ କେଜି ୨୨ ଗ୍ରାମ ୪୨୮ ମିଲିଗ୍ରାମ ବ୍ରାଉନସୁଗର ରହିଛି, ଯାହାର ମୂଲ୍ୟ ୪ କୋଟି ୨୪ ଲକ୍ଷ ୪୬ ହଜାର ୫୪୦ ଟଙ୍କା। ସେହିପରି ୧୧୦୭ କେଜି ୫୭୮ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି, ଯାହାର ମୂଲ୍ୟ ୭୨ ଲକ୍ଷ ୧୪ ହଜାର ୭୨୭ ଟଙ୍କା ହେବ ବୋଲି ନାର୍କୋଟିକ୍ସ ବିଭାଗର କଟକ କେନ୍ଦ୍ରାଞ୍ଚଳ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ବ୍ରାଉନସୁଗର ଜବତ ମାମଲାରେ ମୋଟ ୮୧ ମାମଲା ରୁଜୁ ହୋଇଥିବାବେଳେ ୧୬୮ ଜଣ ଗିରଫ ହୋଇଛନ୍ତି। ସେଥିମଧ୍ୟରେ ପୁରୀ ଜିଲାରେ ୧୮ ମାମଲା(୧ କେଜି ୧୨ ଗ୍ରାମ, ୩୭ ଗିରଫ), କଟକ ଜିଲାରେ ୫ ମାମଲା(୩୦.୦୩ ଗ୍ରାମ, ୫ ଗିରଫ), କେନ୍ଦ୍ରାପଡ଼ା ଜିଲାରେ ୨ ମାମଲା(୧୬.୪୧ ଗ୍ରାମ, ୨ ଗିରଫ), ଖୋର୍ଦ୍ଧାରେ ୨୫ ମାମଲା(୧.୬୧୬ କେଜି, ୫୯ ଗିରଫ), ନୟାଗଡ଼ରେ ୮ ମାମଲା(୧୬୯ ଗ୍ରାମ, ୧୩ ଗିରଫ), ଜଗତସିଂହପୁରରେ ୧୭ ମାମଲା(୧ କେଜି ୯୫ ଗ୍ରାମ, ୪୧ ଗିରଫ), ଯାଜପୁର ଜିଲାରେ ୬ ମାମଲା(୮୩ ଗ୍ରାମ, ୧୧ ଗିରଫ) ରୁଜୁ ହୋଇଛି।

ସେହିପରି ଗଞ୍ଜେଇ ଜବତ ଘଟଣାରେ ମୋଟ ୬୪ ମାମଲା ରୁଜୁ ହୋଇଥିବାବେଳେ ୧୦୫ ଜଣ ଗିରଫ ହୋଇଛନ୍ତି। ସେଥିମଧ୍ୟରେ ପୁରୀ ଜିଲାରେ ୩୭ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବାବେଳେ ୧୧ ଜଣ ଗିରଫ ହୋଇଛନ୍ତି। ସେହିପରି କଟକରେ ୮ ମାମଲା(୧୩୫ କେଜି ୯୩୨ ଗ୍ରାମ, ୧୦ଗିରଫ), କେନ୍ଦ୍ରାପଡ଼ାରେ ଗୋଟିଏ ମାମଲା(୧୩ କେଜି ୪୭୦ ଗ୍ରାମ, ଜଣେ ଗିରଫ), ଖୋର୍ଦ୍ଧାରେ ୭ ମାମଲା(୯୮କେଜି ୪୨୪ ଗ୍ରାମ, ୯ ଗିରଫ), ନୟାଗଡ଼ରେ ୨୯ ମାମଲା(୭୧୬ କେଜି ୨୭୫ ଗ୍ରାମ), ଜଗତସିଂହପୁରରେ ୪ ମାମଲା(୧୩ କେଜି ୭୪୪ ଗ୍ରାମ, ୭ ଗିରଫ) ଏବଂ ଯାଜପୁରରେ ୭ ମାମଲା(୯୨ କେଜି ୩୩୩ ଗ୍ରାମ, ୮ ଗିରଫ) ରୁଜୁ ହୋଇଛି।

Leave a Reply

Your email address will not be published. Required fields are marked *