ଲାଇଭ୍‌ କାର୍ଯ୍ୟକ୍ରମରେ ଫିଲିପାଇନ୍ସ ଅଧିକାରୀଙ୍କୁ ଧମକପୂର୍ଣ୍ଣ ଚିଠି ଦେଇ ଚୀନ୍‌ ଅପମାନିତ

ରାଜ୍ୟ
Spread the love

ସିଓଲ: ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପ୍ରତିରକ୍ଷା ସମ୍ମିଳନୀ ୨୦୨୬ ସମୟରେ ଫିଲିପାଇନ୍ସର ପ୍ରତିରକ୍ଷା ମନ୍ତ୍ରୀ ଚୀନକୁ କଡ଼ା ସମାଲୋଚନା କରିଛନ୍ତି। ଫିଲିପାଇନ୍ସ ପ୍ରତିରକ୍ଷା ସଚିବ ଗିଲବର୍ଟୋ ସି. ଥିଓଡୋରୋ ଖୋଲାଖୋଲି ଭାବରେ ଚୀନକୁ ସମାଲୋଚନା କରିବା ପରେ ଏହି ଘଟଣା ଏକ ହାଇ-ପ୍ରୋଫାଇଲ୍ କୂଟନୈତିକ ଯୁଦ୍ଧରେ ପରିଣତ ହୋଇଛି। ମଙ୍ଗଳବାର ଦକ୍ଷିଣ କୋରିଆରେ ସିଓଲ ପ୍ରତିରକ୍ଷା ଆଲୋଚନାରେ ଫିଲିପାଇନ୍ସ ପ୍ରତିରକ୍ଷା ମନ୍ତ୍ରୀ ଗିଲବର୍ଟୋ ସି. ଥିଓଡୋରୋଙ୍କ ଭାଷଣ ଦେବା ସମୟରେ ଜଣେ ଚୀନ୍ ସାମରିକ ପ୍ରତିନିଧି ତାଙ୍କ ଉପରେ ଚାପ ପକାଇବା ପାଇଁ ତାଙ୍କୁ ଏକ କାଗଜ ଦେଇଥିଲେ।
ତେବେ ଚୀନ୍‌ର ଧମକକୁ ଅଣଦେଖା କରିବା ପରିବର୍ତ୍ତେ, ଫିଲିପାଇନ୍ସ ପ୍ରତିରକ୍ଷା ମନ୍ତ୍ରୀ ଏହାକୁ ମାଇକ୍ରୋଫୋନରେ ଜୋରରେ ପଢ଼ି ସାରା ବିଶ୍ୱ ସମ୍ମୁଖରେ ଚୀନର ଗୁଣ୍ଡାଗିରିକୁ ପ୍ରକାଶ କଲେ। ସେ ଚୀନର ଆଚରଣକୁ ନିନ୍ଦା କରିଥିଲେ। ନୋଟରେ ଉଲ୍ଲେଖ ଥିଲା, ଚୀନ ସାଗର ମଧ୍ୟସ୍ଥତା ଉପରେ ଚୀନ୍‌ର ସ୍ଥିତି ସ୍ପଷ୍ଟ, ସ୍ଥିର ଓ ଦୃଢ଼।
ତେବେ ଫିଲିପାଇନ୍ସର ପ୍ରତିରକ୍ଷା ମନ୍ତ୍ରୀ ଚୀନ୍‌ର ଦାବିକୁ ପ୍ରତ୍ୟାଖ୍ୟାନ କରି କହିଥିଲେ, ଚୀନ୍‌ର କୌଣସି ସ୍ଥିତି ନାହିଁ। ଚୀନ୍‌ର ଦାବି ‘ଅନ୍ତର୍ଜାତୀୟ ଆଇନର ମୌଳିକ ନୀତି’ ଉଲ୍ଲଂଘନ କରୁଛି।ନୋଟ୍‌ଟି ୨୦୧୬ରେ ଫିଲିପାଇନ୍ସ ଦ୍ୱାରା ଚୀନ୍ ବିରୋଧରେ ଜାତିସଂଘ ସମୁଦ୍ର ଆଇନ କନଭେନ୍ସନ୍‌ (ୟୁଏନ୍‌ସିଏଲ୍‌ଓଏସ୍‌) ଅଧୀନରେ ଆଗତ ଦକ୍ଷିଣ ଚୀନ୍ ସାଗର ମଧ୍ୟସ୍ଥତା ମାମଲାକୁ ଉଲ୍ଲେଖ କରୁଥିଲା। ଦକ୍ଷିଣ ଚୀନ୍ ସାଗରରେ ଚୀନ୍‌ର ବ୍ୟାପକ ଐତିହାସିକ ଅଧିକାର ଦାବିକୁ ଟ୍ରିବ୍ୟୁନାଲ୍ ପ୍ରତ୍ୟାଖ୍ୟାନ କରିଥିଲା, ଫିଲିପାଇନ୍ସର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ମଧ୍ୟରେ ରହିଥିବା ସମ୍ପଦ ଉପରେ ବେଜିଂର ଦାବିର କୌଣସି ଆଇନଗତ ଆଧାର ନଥିଲା ବୋଲି ଟ୍ରିବ୍ୟୁନାଲ ରାୟ ଦେଇଥିଲା। ଚୀନ୍ ଏହି ରାୟକୁ ପ୍ରତ୍ୟାଖ୍ୟାନ କରିଆସୁଛି ଓ କହିଛି ଯେ, ଟ୍ରିବ୍ୟୁନାଲ୍‌ର କୌଣସି ଅଧିକାର କ୍ଷେତ୍ର ନାହିଁ।

Leave a Reply

Your email address will not be published. Required fields are marked *