ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର୍

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ୱର, ୨/୧: ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର୍ । ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଥିବା ଗାଡ଼ିରେ ଲଗାଇପାରିବେ ଗ୍ରୀନ୍ ଷ୍ଟିକର୍। ଏନେଇ ବିଜ୍ଞପ୍ତି ଜାରି କରିଛି ପରିବହନ ବିଭାଗ ।ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର୍ । ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଥିବା ଗାଡ଼ିରେ ଲଗାଇପାରିବେ ଗ୍ରୀନ୍ ଷ୍ଟିକର୍। ଏନେଇ ବିଜ୍ଞପ୍ତି ଜାରି କରିଛି ପରିବହନ ବିଭାଗ । ଆରଟିଓ ମାନଙ୍କରେ ଗ୍ରୀନ୍ ଷ୍ଟିକର୍ ପ୍ରଦାନ କରାଯିବ । ଯେଉଁ ଗାଡ଼ିର ପଲ୍ୟୁସନ୍ ସାର୍ଟିଫିକେଟ୍ ରହିଥିବ ସେମାନେ ଆରଟିଓରୁ ଗ୍ରୀନ୍ ଷ୍ଟିକର୍ ନେଇପାରିବେ ।ତେବେ ୧୦ ତାରିଖ ପରେ ପଲ୍ୟୁସନ୍ ସାର୍ଟିଫିକେଟ କଲେ ସିଧାସଳଖ ପିୟୁସି ଟେଷ୍ଟିଂ ସେଣ୍ଟରରେ ଷ୍ଟିକର୍ ଉପଲବ୍ଧ ହେବ। ସବୁ ଆରଟିଓରେ ଏଥିପାଇଁ ସ୍ପେଶାଲ୍ କାଉଣ୍ଟର ଖୋଲିବ। ଷ୍ଟିକର୍ ଦେବା ଆଗରୁ ଆରଟିଓରେ ଗାଡ଼ିର ପଲ୍ୟୁସନ୍ ସାର୍ଟିଫିକେଟ୍, ଆରସି ଏବଂ ବାହନ ଡାଟାବେସ୍ ଭଲଭାବରେ ଯାଞ୍ଚ କରାଯିବ। ଗ୍ରୀନ୍ ଷ୍ଟିକର୍ ଆଣିବା ବେଳେ ଅରିଜିନାଲ୍ ପିୟୁସିସି , ଆରସି କପି ଏବଂ ପରିଚୟପତ୍ର ଦେଖାଇବାକୁ ପଡ଼ିବ ।ଗାଡ଼ି ମାଲିକଙ୍କ ବଦଳରେ ଅନ୍ୟକେହି ଷ୍ଟିକର୍ ଆଣିବାକୁ ଗଲେ ଗାଡ଼ି ମାଲିକଙ୍କ ଅଥରାଇଜ୍ ଲେଟର୍ ଦେଖାଇବାକୁ ପଡ଼ିବ । ତେବେ ଗାଡ଼ିରେ ଗ୍ରୀନ୍ ଷ୍ଟିକର୍ ଲଗାଇବା ବାଧ୍ୟତାମୂଳ ନୁହେଁ ବୋଲି ପୂର୍ବରୁ ସ୍ପଷ୍ଟ କରିଥିିଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ଗ୍ରୀନ୍ ଷ୍ଟିକର୍ ମାରିବା ଦ୍ବାରା ଚେକିଂ ସମୟରେ ସହଜ ହୋଇପାରିବ।

Leave a Reply

Your email address will not be published. Required fields are marked *