ତେନ୍ତୁଳିପଦା ଗାଁ ଶେଷମୁଣ୍ଡରେ, ରାସ୍ତାଉପରେ ନଇଁଛି ବାଉଁଶ : ବିଦ୍ୟୁତସେବା ହେଉଛି ବ୍ୟାହତ

ରାଜ୍ୟ
Spread the love

ଝଙ୍କଡ଼  :  କଟକ -ପାରାଦ୍ୱୀପ ରାସ୍ତାର ସାରଳାରୋଡ଼ ( ଦୋସଡିକ ) ଛକ ରୁ ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠ କୁ ଆସିବାର ମୁଖ୍ୟ ରାସ୍ତାରେ ଓ ତେନ୍ତୁଳିପଦା ଗ୍ରାମର ଶେଷମୁଣ୍ଡରେ ସ୍ବର୍ଗତ ଅକ୍ଷୟ କୁମାର ପରିଜା ଓ ତାଙ୍କର ସାନଭାଇ ରବୀନ୍ଦ୍ରପରିଜା ଙ୍କ ବାଉଁଶବୁଦା କ୍ରମଶଃ ରାସ୍ତାଉପରକୁ ମାଡିଗଲାଣି l ସେହି ବାଉଁଶବଣ ଭିତରେ ବିଦ୍ୟୁତଲାଇନ ଓ କେବୁଲତାର ଯାଇଥିବାରୁ ଟିକେ ଝଡ଼ପବନ ହେବାମାତ୍ରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେବା ସହିତ, ଟଭି ଚାଲିଲା ବେଳେ ମଧ୍ୟ ଧପଧପ ହେଉଛି l ବିଶେଷକରି ଏହି ରାସ୍ତାରେ ପ୍ରତିଦିନ ଶହଶହ ଯାନବାହାନ ଓ ତୀର୍ଥଯାତ୍ରୀ ବସଗୁଡିକ, ସାରଳାପୀଠ, ଗୋରେଖମଠ ଓ ଜଗତସିଂହପୁର ସହିତ କାକଟପୁର ମଙ୍ଗଳା, କୋଣାର୍କ ଓ ପୁରୀ ଅଭିମୁଖେ ମଧ୍ୟ ଯାତାୟତ କରିଥାନ୍ତି l

ତେଣୁ ବଡ଼ ବଡ଼ ଟୁରିଷ୍ଟବସ ଗୁଡିକ ଯାତାୟତ ସମୟରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି l ଅପରପକ୍ଷରେ ଯଦି କୌଣସି କାରଣରୁ ବାଉଁଶବଣ ଭିତରେ ଯାଇଥିବା ବିଦ୍ୟୁତତାର ଛିଣ୍ଡିଯାଏ, ତେବେ କେତେବେଳେ କାହାର ଜୀବନଯିବ କହିହେବନି l ତେଣୁ ତିର୍ତ୍ତୋଲ ବିଦ୍ୟୁତ ଡିଭିଜନ ତରଫରୁ ଯଥାର୍ଥ ଅନୁଧ୍ୟାନ କରାଯାଇ, ରାସ୍ତା ଉପରେ ନଇଁପଡ଼ିଥିବା ବାଉଁଶଗୁଡିକ କାଟି ସଫାକରାଯାଇ ପାରନ୍ତା ତେବେ ହୁଏତ ଆସନ୍ନବିପଦ ରୁ ପଥଚାରୀ ମାନଙ୍କୁ ସୁରକ୍ଷା ମିଳିପାରନ୍ତା ଓ ଯାନବାହାନ ଚଳାଚଳ ନିମନ୍ତେ ମଧ୍ୟ ଅସୁବିଧା ଦୂରହୋଇପାରନ୍ତା l

Leave a Reply

Your email address will not be published. Required fields are marked *