ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର କୁଅଁରଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା

ରାଜ୍ୟ
Spread the love

ଝଙ୍କଡ଼   : ତିର୍ତ୍ତୋଲବ୍ଲକ, ଗୋବିନ୍ଦପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ, ପ୍ରାକ୍ତନ ରାଜସ୍ବନିରୀକ୍ଷକ ତଥା କଟକର ସେବାନିବୃତ୍ତ ଲ୍ୟାଣ୍ଡ ଅଫିସର ସ୍ବର୍ଗତ ରମେଶ ଚନ୍ଦ୍ର କୁଅଁର ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା ନୟନଭବନ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭିକ ପର୍ଯ୍ୟାୟ ରେ, ” ମହାଲୋକ ରେ ରମେଶ ଚନ୍ଦ୍ର ” ନାମକ ଏକ ସଚିତ୍ର ସ୍ମରଣିକା କୁ ପୂର୍ବତନ ସାଂସଦ ଡଃ ରାଜଶ୍ରୀ ମଲ୍ଲିକ ମୁଖ୍ୟଅତିଥିଭାବେ ଉନ୍ମୋଚନ କରିଥିବାବେଳେ ସମାଜସେଵୀ ଦେବବ୍ରତ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ସନ୍ଧ୍ୟାରେ ଝଙ୍କଡ଼ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ସମ୍ପାଦକ ଗୋଲକ ବିହାରୀ ପଲାଇ ଙ୍କ ସଭାପତିତ୍ବ ରେ, ଆୟୋଜିତ ସ୍ମୃତିଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲାକଂଗ୍ରେସକମିଟି ର ସଭାପତି ଦେବପ୍ରସାଦ ନାୟକ, ଆଦର୍ଶଶିକ୍ଷକ ଦିଗମ୍ବର ରାଉତ, ପଣ୍ଡିତ ବାସବ ନନ୍ଦ, ନାରାୟଣ ଚନ୍ଦ୍ର ନାୟକ, ଶିକ୍ଷକ ଝୁଲରାମ ଦାସ, ସତ୍ୟନାରାୟଣ ସାଂସ୍କୃତିକ ପରିଷଦର ସଭାପତି ଧୁନଚନ୍ଦ୍ର ସେନାପତି, ନିତ୍ୟାନନ୍ଦ ନାୟକ, ଆଶିଷ ପରିଜା, ନାରାୟଣ ପ୍ରସାଦ ପଣ୍ଡା, କୁମରବର ସେନାପତି, ସାରଳାମନ୍ଦିରର ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା, ଯୁବନେତା ଲକ୍ଷ୍ମୀଧର ଦାଶ (ଚଗଲି ନନା ), ନିରଞ୍ଜନ ମହାନ୍ତି, ନିରଞ୍ଜନ ଦାସ, ଅଜୟ ପରିଡା,ଜିଲ୍ଲା ବିଜେଡି ର ବରିଷ୍ଠ ଉପସଭାପତି ଅଶ୍ୱିନ ଦାସ, ଶ୍ରମିକନେତା ରଞ୍ଜନ କୁମାର ଖୁଣ୍ଟିଆ, ସୁଧାକର ବରାଳ, ଙ୍କ ସମେତ ବହୁ ଜନପ୍ରତିନିଧି, ବୁଦ୍ଧିଜୀବି, ଶିକ୍ଷାବିତ ଏଥିରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

ପ୍ରାରମ୍ଭରେ ସାରଳାସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଗୀତା ପାଠ କରିଥିବାବେଳେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ନୟନାରାଣୀ କୁଅଁର, ସନ୍ତୋଷ କୁ କୁଅଁର, ନରେଶ ଚନ୍ଦ୍ର କୁଅଁର, ଜିତେଶ ରଞ୍ଜନ କୁଅଁର ଙ୍କ ସମେତ ମଞ୍ଜୁଲତା, ରାକେଶ, ନୀତିଶ, ନିକିତା, ଯୁବରାଜ, ପୃଥିୟୁରାଜ ରାକେଶ, ଅମିତ, ସତ୍ୟଜିତ, ସୁମିତ, ନିହାରିକା, ଆୟୁଷ ଆର୍ଯ୍ୟମାନ, ଆୟୁଷ ଅଂଶୁମାନ, ଅଂଶିକା, ସାଗରୀକା, ସ୍ୱରୂପା, ଅନୁଜା, ଶୁଭଲକ୍ଷ୍ମୀ, ଲିଲିମା ଓ ନାରାୟଣ ଚନ୍ଦ୍ର ଭୋଳ ଙ୍କ ସହିତ ସମସ୍ତ ଗ୍ରାମବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l ପରିଶେଷରେ ଦେବବ୍ରତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l ପରେପରେ ବ୍ରହ୍ମା ସାବିତ୍ରୀ ଭଜନ ମଣ୍ଡଳୀ ର କଳାକାର ମାନଙ୍କ ଦ୍ୱାରା ଭଜନସମାରୋହ କାର୍ଯ୍ୟକ୍ରମ ଏଠାରେ ଏକ ଭକ୍ତିଭାବମୟ ପରିବେଶ ସୃଷ୍ଟି କରିଥିଲା l

Leave a Reply

Your email address will not be published. Required fields are marked *