ଗୋବିନ୍ଦପୁର ଛକଠାରେ ‘ସାହାଣୀ ପ୍ରଦୂଷଣ ଜାଞ୍ଚ କେନ୍ଦ୍ର’ ଉଦ୍‌ଘାଟିତ: ବୈୟାଳିଶ ମୌଜାବାସୀଙ୍କୁ ମିଳିବ ଉନ୍ନତ ସେବା

ରାଜ୍ୟ
Spread the love

କଟକ ସଦର, ୭/୧୧: ଓଡ଼ିଶା ସରକାରଙ୍କ ନୂତନ ନିୟମ ମୁତାବକ, ପ୍ରଦୂଷଣ ପ୍ରମାଣପତ୍ର (ପଲ୍ୟୁସନ ସାର୍ଟିଫିକେଟ୍), ବୀମା (ଇନ୍ସୁରାନ୍ସ), ଗାଡ଼ିର ଫିଟ୍‌ନେସ୍ ତଥା ଆବଶ୍ୟକୀୟ କାଗଜପତ୍ର ନଥିଲେ କୌଣସି ଯାନବାହନ ରାସ୍ତାରେ ଚଳାଚଳ କରିପାରିବ ନାହିଁ। ଏହି ନିୟମର ଅବମାନନା କଲେ ଗାଡ଼ି ଚାଳକଙ୍କୁ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ଏବଂ ଅଞ୍ଚଳବାସୀଙ୍କୁ ସହଜ ତଥା ସୁବିଧାରେ ଆବଶ୍ୟକୀୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ କଟକ ସଦର ବୈୟାଳିଶ ମୌଜା ଅନ୍ତର୍ଗତ ଗୋବିନ୍ଦପୁର ଛକଠାରେ ‘ସାହାଣୀ ପ୍ରଦୂଷଣ ଜାଞ୍ଚ କେନ୍ଦ୍ର’ର ଶୁଭାରମ୍ଭ କରାଯାଇଛି।

ଏ ସମ୍ପର୍କରେ ସାହାଣୀ ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟରର ପ୍ରୋପ୍ରାଇଟର ଶ୍ରୀଯୁକ୍ତ ସୁଶୀଲ କୁମାର ସାହାଣୀ ସୂଚନା ଦେଇ ପ୍ରକାଶ କରିଛନ୍ତି ଯେ, ଏହି କେନ୍ଦ୍ର ଖୋଲିବା ଫଳରେ ଏବେ ଆଉ ଅଞ୍ଚଳବାସୀଙ୍କୁ ଏହିସବୁ ସେବା ପାଇଁ ଦୂରଦୂରାନ୍ତକୁ ଯାଇ ଅଯଥା ଖର୍ଚ୍ଚାନ୍ତ ତଥା ହଇରାଣ ହେବାକୁ ପଡ଼ିବ ନାହିଁ। ସୂଚନାଯୋଗ୍ୟ ଯେ, ଉକ୍ତ କେନ୍ଦ୍ରରେ ସମସ୍ତ ପ୍ରକାରର ପେଟ୍ରୋଲ ଓ ଡିଜେଲ ଗାଡ଼ିର ପ୍ରଦୂଷଣ ଯାଞ୍ଚ ପୂର୍ବକ ପ୍ରମାଣପତ୍ର ପ୍ରଦାନ ସହିତ ଗାଡ଼ିର ଫିଟ୍‌ନେସ୍, ବୀମା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସହାୟତା ସ୍ୱଳ୍ପ ଖର୍ଚ୍ଚରେ ତ୍ୱରିତ ଭାବେ ଯୋଗାଇ ଦେବାର ସୁବ୍ୟବସ୍ଥା ରହିଛି। ଏହି କେନ୍ଦ୍ର ପ୍ରତିଷ୍ଠା ହେବା ଫଳରେ ସ୍ଥାନୀୟ ବୈୟାଳିଶ ମୌଜାବାସୀ ତଥା ନିକଟବର୍ତ୍ତୀ ଅଞ୍ଚଳର ଗାଡ଼ି ଚାଳକମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ।

Leave a Reply

Your email address will not be published. Required fields are marked *