ବଜ୍ରପାତରେ ଶ୍ରବଣଶକ୍ତି ହରାଇଥିବା ମହିଳାଙ୍କୁ ସହାୟତା

ରାଜ୍ୟ
Spread the love

ଝଙ୍କଡ଼ :  କିଛିଦିନ ପୂର୍ବରୁ ବିଲକୁ ଯାଇଥିବାବେଳେ ଆକସ୍ମିକବଜ୍ରପାତ ଯୋଗୁଁ, ତିର୍ତ୍ତୋଲବ୍ଲକ, କୋଷ୍ଟିମଲ୍ଲିକା ପୁର ପଞ୍ଚାୟତ ଅଧୀନ ମହମଦପୁର ଗ୍ରାମର ରାସବିହାରୀ ମହାନ୍ତି ଙ୍କ ଧର୍ମପତ୍ନୀ ପୁଷ୍ପଲତା ମହାନ୍ତି ଗୁରୁତର ଆହତ ହୋଇ, ଜଗତସିଂହପୁର ମେଡିକାଲ କୁ ଆଶୁଚିକିତ୍ସା ପାଇଁ ତାଙ୍କୁ ନିଆଯାଇଥିଲା l ତାଙ୍କର ଡାହାଣପାଖ କାନରୁ ରକ୍ତସ୍ରାବ ହେଉଥିବା ବେଳେ ବାମପାଖ କାନ କୁ ମଧ୍ୟ ଶୁଭୁନଥିଲା l ଖବରପାଇ ନିକଟସ୍ଥ ତରାପୁର ଛତ୍ରମଠ ସ୍ଥିତ ଦରିଦ୍ରନାରାୟଣ ସେବାସଙ୍ଘ ର ସଭାପତି ଧୁନଚନ୍ଦ୍ର ସେନାପତି ଙ୍କ ଅନୁଷ୍ଠାନର କର୍ମକର୍ତ୍ତା ଦିଗମ୍ବର ରାଉତ, ଅନଦା ବିଶ୍ୱାଳ, କୁମରବର ସେନାପତି ଓ କ୍ଷୀରୋଦ ମହାନ୍ତି ପ୍ରମ୍ମୁଖ, ବିପନ୍ନଙ୍କ ଘରକୁ ଯାଇ କିଛି ଆର୍ଥିକ ସହାୟତା ପ୍ରଦାନ କରିବାସହିତ ତାଙ୍କର ଆଶୁଆରୋଗ୍ୟ କାମନା କରିଥିଲେ l ସୂଚନାଯୋଗ୍ୟ ଏହି ଦରିଦ୍ରନାରାୟଣ ସେବାସଙ୍ଘ ତରଫରୁ କ୍ରମାଗତ ଭାବରେ ଅସହାୟ ଓ ଦରିଦ୍ରଶ୍ରେଣୀ ର ଲୋକମାନଙ୍କୁ ବସ୍ତ୍ର, ଶୁଖିଲାଖାଦ୍ୟ ଓ ରେସନ ଆଦି ଯୋଗାଇଦିଆଯାଉଛି l

Leave a Reply

Your email address will not be published. Required fields are marked *