ଚାଞ୍ଚଲ୍ୟକର ତଥ୍ୟ, ନିଲମ୍ବନ ପରେ ପୁନଃନିଯୁକ୍ତି

ଅପରାଧ କଟକ ରାଜ୍ୟ
Spread the love

କଟକ, ୧୬/୧୧: ଚୌଦ୍ଵାର ଜେଲରୁ କଏଦୀ ଚମ୍ପଟ ମାରିବା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଜେଲ ବିଭାଗର କଳା କାରନାମା ଉପରୁ ପରଦା ହଟାଇଛି ଏହି ଘଟଣା। କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କୁ ଜେଲ ବିଭାଗ କିପରି ଅହେତୁକ ଅନୁକମ୍ପା ଦେଖାଇଛି ତାହା ସାମ୍ନାକୁ ଆସିଛି।ସୂଚନା ଅନୁସାରେ, ଚୌଦ୍ଵାର ଜେଲରୁ ୨ କଏଦୀ ଚମ୍ପଟ ମାରିବା ଘଟଣାରେ କାର୍ଯ୍ୟରେ ଅବହେଳା ପାଇଁ ମୁଖ୍ୟ ଓ୍ବାର୍ଡର ଭଗତ ଚରଣ ରାମଙ୍କୁ ଗତ ଅକ୍ଟୋବର ୩ ତାରିଖରେ ନିଲମ୍ବନ କରାଯାଇଥିଲା। କିନ୍ତୁ ଏହାର ମାତ୍ର ୧୫ ଦିନ ପରେ ଅକ୍ଟୋବର ୧୮ରେ ତାଙ୍କୁ କେନ୍ଦ୍ରାପଡ଼ା ଜେଲରେ ପୁନଃନିଯୁକ୍ତି ମିଳିଛି। ଯାହାଫଳରେ ବିଭାଗର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *