ଆଧାର କାର୍ଡ ନଥିବାରୁ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ

ଗଞ୍ଜାମ ରାଜ୍ୟ
Spread the love

ଜଗନ୍ନାଥ ପ୍ରସାଦ, ୧୯/୧୨: ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାରେ ଅନ୍ତର୍ଭୁକ୍ତ ମଧୁବାବୁ ପେନସନ ଯୋଜନା । ଯେତେବେଳେ ମଣିଷ ଜୀବନର ଶେଷ ବୃଦ୍ଧା ଅବସ୍ଥାରେ ପହଞ୍ଚିଥାଏ, ସେମାନଙ୍କୁ ସରକାର ବାର୍ଦ୍ଧକ୍ୟ ଭତା ଯୋଜନାରେ ସାମିଲ୍ କରୁଛନ୍ତି , କିନ୍ତୁ ଏକ ବିଡ଼ମ୍ବନାର ବିଷୟ ଯେ ଆଧାର କାର୍ଡ ନଥିବାରୁ ଜଣେ ୭୦ ବର୍ଷିୟା ବୃଦ୍ଧା ଭତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି । ସୁଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଗାୟାଗଣ୍ଡା ଗ୍ରାମ ପଞ୍ଚାୟତ ଅଧୀନ ପଟାଙ୍ଗି ଗ୍ରାମର ସାବିତ୍ରୀ ବାରିକ । ସ୍ବାମୀ ଆଦିକନ୍ଦ ବାରିକଙ୍କ ୧୩ ବର୍ଷ ପୂର୍ବେ ମୃତ୍ୟୁ ଘଟିଥିବା ବେଳେ ତିନି ଝିଅଙ୍କୁ ଧରି ନିଜ ଗ୍ରାମରେ ରହୁଥିଲେ ସାବିତ୍ରୀ ବାରିକ । ବର୍ତ୍ତମାନ ନିଜର ଘର ନଥିବାରୁ ବଡ଼ ଝିଅ ପାଖରେ ରହି ଆସୁଛନ୍ତି । ଏଯାବତ୍ ବୃଦ୍ଧାଙ୍କୁ ୭୦ ବର୍ଷ ବୟସ ହୋଇଯାଇଥିଲେ ହେଁ ଆଧାର କାର୍ଡ ନଥିବାରୁ ମିଳି ପାରିନି ବାର୍ଦ୍ଧକ୍ୟ ଭତ୍ତା । ଏ ନେଇ ବୃଦ୍ଧା ଜଣକ ସ୍ଥାନୀୟ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ଏ ଅଫିସରୁ ସେ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ସାରିଥିଲେ ସୁଦ୍ଧା ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି, ଏ ନେଇ ଯେତେବେଳେ ବୃଦ୍ଧା ଜଣଙ୍କୁ ପଚରା ଯାଇଥିଲା କୋହଭରା କଣ୍ଠରେ କହିଥିଲେ ଯଦି ସରକାର ଏଵଂ ପ୍ରଶାସନ ତାଙ୍କ ଦୁଃଖ ଶୁଣି ଭତ୍ତା ପ୍ରଦାନ କରନ୍ତେ ତା ହେଲେ ବାକି ଜୀବନ ଖୁସିରେ ବିତିବ କଥା ପ୍ରକାଶ କରିଛନ୍ତି!

Leave a Reply

Your email address will not be published. Required fields are marked *