ରଣପୁରଗଡ, ୧୯/୧୨: ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଅଞ୍ଚଳରେ ବେଧଡ଼କ ଭାବେ ଚାଳିଛି ଲଘୁ ଖଣିଜ ପଦାର୍ଥ ଲୁଟ୍। ଲଘୁଜାତ ଖଣିଜ ପଦାର୍ଥ ରାଜସ୍ୱ ବିଭାଗ ହାତରୁ ଖଣି ବିଭାଗକୁ ଯିବା ପରେ ଚୋରା ଖଣି ବଢିବା ସାଙ୍ଗକୁ ନିଲାମ ଖଣିରୁ ଅନୁମତିଠାରୁ ଅଧିକ ଖନନ ହେଉଛି। ସେଗୁଡ଼ିକୁ ଖେ।ର୍ଦ୍ଧା ଜିଲ୍ଲା ତାପଙ୍ଗ ଅଞ୍ଚଳକୁ ପ୍ରତି ଦିନ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି। ସରକାର ଲଘୁଜାତ ଖଣିଜ ପଦାର୍ଥ ଚୋରା ଚାଲାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହୁଛନ୍ତି। କିନ୍ତୁ ନୟାଗଡ଼ ଜିଲ୍ଲାରେ ଖଣି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ।ରଣପୁର ତହସିଲ ଛପରି କେ।ଇଲମା ଖଣିରେ କଳାମୁଗୁନି ପଥର ଅନୁମତିଠାରୁ ଅଧିକ ଖନନ ହେ।ଇ ବିନା ୱାଇ ଫର୍ମରେ ଚାଲାଣ ହେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ରଣପୁର ଥାନା ନିରୀକ୍ଷକ ଆଶିଷଦେବ ସାହୁ ଗତ ୧୮ ତାରିଖରେ ଦୁଇଟି ପଥର ବୋଝେଇ ହାଇୱା ଜବତ କରି ଦୁଇଟି ମାମଲା ଋଜୁ କରିଥିବା ଜଣାପଡିଛି। ଆଗକୁ ଚେ।ରା ଲଘୁଜାତ ଖଣିଜ ପଦାର୍ଥ ଉପରେ ଜେ।ରଦାର ଚଢାଉ କରାଯିବ ବୋଲି ଥାନା ନିରୀକ୍ଷକ କହିଛନ୍ତି।
