ଝଙ୍କଡ଼ : ମୃତ୍ୟୁ ଯଦି ନିଶ୍ଚିତ, ତେବେ ସହସା ମରିଯିବା ଭଲ। ମାତ୍ର ଅସାଧ୍ୟ କର୍କଟ ରୋଗାଗ୍ରସ୍ତ ବ୍ୟକ୍ତି ଯେ ପ୍ରତିକ୍ଷଣରେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରି ଯେଉଁ କଷ୍ଟ ଯନ୍ତ୍ରଣା ଭୋଗ କରେ ବାସ୍ତବିକ୍ ତାହା ଅବର୍ଣ୍ଣନୀୟ। ଦାରିଦ୍ର୍ୟ ସହ କର୍କଟ ରୋଗ, ସତେ ଯେମିତି ବୋଝ ଉପରେ ନଳିତା ବିଡ଼ା ପରି। ଏହା କୌଣସି କାହାଣୀ ନୁହେଁ ବରଂ ବାସ୍ତବତା।
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋଲର ପଞ୍ଚାୟତର ଦଶମାଣପୂର୍ ଗ୍ରାମର ପ୍ରମୋଦ ମଲ୍ଲିକଙ୍କ ସ୍ତ୍ରୀ ସରୋଜିନୀ(୩୫) ସ୍ୱାମୀ, ଝିଅ ପ୍ରିୟଙ୍କା(୧୪) ଓ ପୁଅ ଆନନ୍ଦଙ୍କୁ ସାଥୀ କରି ସ୍ୱାମୀଙ୍କ ମୂଲ ଲାଗିବା ପଇସାରେ ଅଭାବକୁ ସାଥୀ କରି ଚଳି ଆସୁଥିଲେ। ମାତ୍ର କିଏ ଜାଣିଥିଲା ସରୋଜିନୀଙ୍କ କପାଳରେ ଏତେ ଦୁଃଖ ଅଛି ବୋଲି। ପେଟ ବ୍ୟଥାର ଚିକିତ୍ସା କରୁ କରୁ ସେ କର୍କଟ ଓ ଜଣ୍ଡିସ ରୋଗାକ୍ରାନ୍ତ ବୋଲି ଜଣା ପଡ଼ିଲେ।
ସମୟାନୁକ୍ରମେ ସରୋଜିନୀ ଶଯ୍ୟାଶାୟୀ ହୋଇପଡ଼ିଲେ। ବାରମ୍ବାର ହରିହର କର୍କଟ କେନ୍ଦ୍ରକୁ ଧାଁଧପଡ଼ କରିବା ଦ୍ୱାରା ସ୍ୱାମୀଙ୍କ ରୋଜଗାର ମଧ୍ଯ ବନ୍ଦ ହେଲା। ନା ଅଛି ରହିବାକୁ ଘର, ନା ଅଛି ରାସନ୍ କାର୍ଡ, ନା ଅଛି ଆୟୁଷ୍ମାନ କାର୍ଡ। ଛିଣ୍ଡା ଜରିପାଲ ତଳେ ଖରା ବର୍ଷାରେ ବିତୁଛି ଏକ ଅସହାୟ ପରିବାରର ୪ଟି ଜୀବନ। କେତେଦିନ ଅଲୋଡ଼ା ଭାବରେ ବଞ୍ଚି ପାରିବ ସରୋଜିନୀ। ଯେଉଁଠାରେ ପେଟକୁ ମୁଠାଏ ଦାନା ମୁଣ୍ଡ ଉପରେ ଛାତ ଖଣ୍ଡିଏ ନାହିଁ ସେଠାରେ ଚିକିତ୍ସା କଥା କିଏ ପଚାରେ। ବିକଶିତ ଭାରତର ନମୁନା ସମ୍ଭବତଃ ସରୋଜିନୀଙ୍କ ଠାରେ ପ୍ରମାଣିତ। ଆଶୁ ଚିକିତ୍ସା ପାଇଁ ତା ପାଖରେ ଆୟୁଷ୍ମାନ କାର୍ଡଟିଏ ମଧ୍ୟ ନାହିଁ।
ଅନ୍ଯ ସରକାରୀ ସାହାଯ୍ୟ ତା ପାଇଁ ସାତ ସପନ। ତୃଣମୂଳ ସ୍ତରରୁ ନାନାଦି ଯୋଜନା ପ୍ରଣୀତ ହୋଇଥିଲେ ମଧ୍ଯ ସରୋଜିନୀଙ୍କ ପରିବାର ସେସବୁ ସୁଯୋଗରୁ କାହିଁକି ବଞ୍ଚିତ ହେଲେ ତାହା ଏକ ପ୍ରଶ୍ନବାଚୀ ହୋଇ ପଡିଛି। ସରୋଜିନୀଙ୍କ ଏପରି କରୁଣ କାହାଣୀ ଗଣ ମାଧ୍ଯମରେ ପ୍ରସାରିତ ହେବା ପରେ ସେବା ଓ ଅଧ୍ୟାତ୍ମିକ ପ୍ରଚାର ପ୍ରସାର ଧର୍ମୀ ସଂଗଠନ ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ, ଉପସଭାପତି ଶରତ ଚନ୍ଦ୍ର ଦାଶ ପ୍ରମୁଖ ସରୋଜିନୀଙ୍କ ନିକଟରେ ପହଞ୍ଚି କିଛି ରାସନ ସାମଗ୍ରୀ, ଆର୍ଥିକ ସହାୟତା କରିବା ସହ ସରୋଜିନୀଙ୍କ ସମସ୍ୟା ସମାଧାନ ପାଇଁ ପ୍ରୟାସ କରିବେ ବୋଲି ପ୍ରତିଶ୍ରୁତି ଦେବା ସହ ବଦାନ୍ୟ ବ୍ୟକ୍ତି ବିଶେଷ ଓ ସାମଜିକ ସଂଗଠନମାନଙ୍କୁ ସରୋଜିନୀଙ୍କ ପରିବାରକୁ ସହାୟତା କରିବା ପାଇଁ ନିବେଦନ କରିଛନ୍ତି।କରି ଯେଉଁ କଷ୍ଟ ଯନ୍ତ୍ରଣା ଭୋଗ କରେ ବାସ୍ତବିକ୍ ତାହା ଅବର୍ଣ୍ଣନୀୟ।
ଦାରିଦ୍ର୍ୟ ସହ କର୍କଟ ରୋଗ, ସତେ ଯେମିତି ବୋଝ ଉପରେ ନଳିତା ବିଡ଼ା ପରି। ଏହା କୌଣସି କାହାଣୀ ନୁହେଁ ବରଂ ବାସ୍ତବତା। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋଲର ପଞ୍ଚାୟତର ଦଶମାଣପୂର୍ ଗ୍ରାମର ପ୍ରମୋଦ ମଲ୍ଲିକଙ୍କ ସ୍ତ୍ରୀ ସରୋଜିନୀ(୩୫) ସ୍ୱାମୀ, ଝିଅ ପ୍ରିୟଙ୍କା(୧୪) ଓ ପୁଅ ଆନନ୍ଦଙ୍କୁ ସାଥୀ କରି ସ୍ୱାମୀଙ୍କ ମୂଲ ଲାଗିବା ପଇସାରେ ଅଭାବକୁ ସାଥୀ କରି ଚଳି ଆସୁଥିଲେ। ମାତ୍ର କିଏ ଜାଣିଥିଲା ସରୋଜିନୀଙ୍କ କପାଳରେ ଏତେ ଦୁଃଖ ଅଛି ବୋଲି। ପେଟ ବ୍ୟଥାର ଚିକିତ୍ସା କରୁ କରୁ ସେ କର୍କଟ ଓ ଜଣ୍ଡିସ ରୋଗାକ୍ରାନ୍ତ ବୋଲି ଜଣା ପଡ଼ିଲେ। ସମୟାନୁକ୍ରମେ ସରୋଜିନୀ ଶଯ୍ୟାଶାୟୀ ହୋଇପଡ଼ିଲେ। ବାରମ୍ବାର ହରିହର କର୍କଟ କେନ୍ଦ୍ରକୁ ଧାଁଧପଡ଼ କରିବା ଦ୍ୱାରା ସ୍ୱାମୀଙ୍କ ରୋଜଗାର ମଧ୍ଯ ବନ୍ଦ ହେଲା। ନା ଅଛି ରହିବାକୁ ଘର, ନା ଅଛି ରାସନ୍ କାର୍ଡ, ନା ଅଛି ଆୟୁଷ୍ମାନ କାର୍ଡ। ଛିଣ୍ଡା ଜରିପାଲ ତଳେ ଖରା ବର୍ଷାରେ ବିତୁଛି ଏକ ଅସହାୟ ପରିବାରର ୪ଟି ଜୀବନ। କେତେଦିନ ଅଲୋଡ଼ା ଭାବରେ ବଞ୍ଚି ପାରିବ ସରୋଜିନୀ।
ଯେଉଁଠାରେ ପେଟକୁ ମୁଠାଏ ଦାନା ମୁଣ୍ଡ ଉପରେ ଛାତ ଖଣ୍ଡିଏ ନାହିଁ ସେଠାରେ ଚିକିତ୍ସା କଥା କିଏ ପଚାରେ। ବିକଶିତ ଭାରତର ନମୁନା ସମ୍ଭବତଃ ସରୋଜିନୀଙ୍କ ଠାରେ ପ୍ରମାଣିତ। ଆଶୁ ଚିକିତ୍ସା ପାଇଁ ତା ପାଖରେ ଆୟୁଷ୍ମାନ କାର୍ଡଟିଏ ମଧ୍ୟ ନାହିଁ। ଅନ୍ଯ ସରକାରୀ ସାହାଯ୍ୟ ତା ପାଇଁ ସାତ ସପନ। ତୃଣମୂଳ ସ୍ତରରୁ ନାନାଦି ଯୋଜନା ପ୍ରଣୀତ ହୋଇଥିଲେ ମଧ୍ଯ ସରୋଜିନୀଙ୍କ ପରିବାର ସେସବୁ ସୁଯୋଗରୁ କାହିଁକି ବଞ୍ଚିତ ହେଲେ ତାହା ଏକ ପ୍ରଶ୍ନବାଚୀ ହୋଇ ପଡିଛି। ସରୋଜିନୀଙ୍କ ଏପରି କରୁଣ କାହାଣୀ ଗଣ ମାଧ୍ଯମରେ ପ୍ରସାରିତ ହେବା ପରେ ସେବା ଓ ଅଧ୍ୟାତ୍ମିକ ପ୍ରଚାର ପ୍ରସାର ଧର୍ମୀ ସଂଗଠନ ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ, ଉପସଭାପତି ଶରତ ଚନ୍ଦ୍ର ଦାଶ ପ୍ରମୁଖ ସରୋଜିନୀଙ୍କ ନିକଟରେ ପହଞ୍ଚି କିଛି ରାସନ ସାମଗ୍ରୀ, ଆର୍ଥିକ ସହାୟତା କରିବା ସହ ସରୋଜିନୀଙ୍କ ସମସ୍ୟା ସମାଧାନ ପାଇଁ ପ୍ରୟାସ କରିବେ ବୋଲି ପ୍ରତିଶ୍ରୁତି ଦେବା ସହ ବଦାନ୍ୟ ବ୍ୟକ୍ତି ବିଶେଷ ଓ ସାମଜିକ ସଂଗଠନମାନଙ୍କୁ ସରୋଜିନୀଙ୍କ ପରିବାରକୁ ସହାୟତା କରିବା ପାଇଁ ନିବେଦନ କରିଛନ୍ତି।
