ଯୁବସମାଜସେବୀ ରବୀନ୍ଦ୍ର କୁମାର ମଲ୍ଲିକ ଙ୍କୁ ବିଦ୍ୟାଳୟ ଏସଏମସି କମିଟିର ସଭାପତି ମନୋନୀତ !!

ରାଜ୍ୟ
Spread the love

ଝଙ୍କଡ଼ : ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ଅନନ୍ୟା ଦାସ ଆଇ.ଏ.ଏସ.ଙ୍କ ନିର୍ଦ୍ଦେଶ କ୍ରମେ, ରାଜ୍ୟର ବିଦ୍ୟାଳୟ ଗୁଡିକରେ ପରିଚାଳନା କମିଟି (ଏସଏମସି ) ଗଠନ କରିବାପାଇଁ ସମଗ୍ର ଶିକ୍ଷା ଅଭିଯାନ ର ସମସ୍ତ ଡି.ଇ.ଓ. କମ୍ ଡିପିସି ମାନଙ୍କୁ ସୂଚନା ପ୍ରଦାନ କରି ଥିଲେ !ନିର୍ଦ୍ଦେଶନାମା ଅନୁସାରେ ପ୍ରତ୍ୟେକ ବିଦ୍ୟାଳୟରେ ଗୋଟିଏ ମାତ୍ର ଏସଏମସି ଗଠନ ହେବ, ଆଉ ଏସଏମଡିସି ରହିବ ନାହିଁ ! ଦୁଇଗୋଟି ଉପ-କମିଟି ଗଠନ ହେବ, ତାହା ବିଦ୍ୟାଳୟ ଭବନ କମିଟି ଓ ଶୈକ୍ଷିକ କମିଟି ଭାବେ ଭିତ୍ତିଭୂମି, ସୁରକ୍ଷା, ମରାମତି ଦାୟିତ୍ୱ, ଓ ପାଠପଢା, ଉପସ୍ଥାନ, ଶିକ୍ଷା, ଗୁଣବତ୍ତା ର ଦାୟିତ୍ୱ କୁ ବହନ କରିବ !ଏହି କମିଟିର ଅବଧି ମାତ୍ର ୨ ବର୍ଷ ରଖାଯାଇଥିଵା ବେଳେ, ଜଣେ ସଦସ୍ୟ କେବଳ ୨ ପାଳିରୁ ଅଧିକ ରହି ନପାରିବାକୁ ନିର୍ଦ୍ଦେଶ ରହିଛି !ବିଦ୍ୟାଳୟ ର ଉପସ୍ଥାନ ୧୦୦ ମଧ୍ୟରେ ଥିଲେ ସେହି କମିଟିରେ ୧୨ ରୁ ୧୫ ଜଣ ସଦସ୍ୟ ରହିପାରିବର ବ୍ୟବସ୍ଥା ରହିଛି ! ଏହି ନିର୍ଦ୍ଦେଶ ଓ ନିୟମାବଳୀ ଅନୁସାରେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମତ୍ତଗଜପୁର ଗ୍ରାମ ସ୍ଥିତ ବାଲ୍ଲାବିହାରୀ ସରକାରୀ ଉପ୍ରା ବିଦ୍ୟାଳୟ ର ଏସଏମସି କମିଟିର ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି !ବିଦ୍ୟାଳୟ କମିଟିର ଚୟନ ନିୟମାବଳୀ ଅନୁସାରେ ଉକ୍ତ ବିଦ୍ୟାଳୟ ରେ ମତଦାନ ନିଆଯାଇଥିଲା !

ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ମଲ୍ଲିକ ବିଦ୍ୟାଳୟ କମିଟିର ସଭାପତି ଭାବେ ୧୪ ଜଣ ମଧ୍ୟରୁ ସର୍ବାଧିକ ୮ ଜଣଙ୍କର ମତଦାନ ରେ ନିକଟତମ ପ୍ରଦୀଦ୍ବନ୍ଦୀ ଙ୍କ ଠାରୁ ବିଜୟ ଲାଭ କରିଥିଲେ !ବିପକ୍ଷ ପ୍ରତିଦ୍ବନ୍ଦୀ ମାତ୍ର ୪ ଜଣଙ୍କ ସମର୍ଥନ ରେ ସୀମିତ ରହି ପରାଜୟ ବରଣ କରି ଥିଲେ !ଏବଂ ଉପସ୍ଥିତ ୧୪ ଜଣ ସଦସ୍ୟଙ୍କ ମଧ୍ୟରୁ ବିଦ୍ୟାଳୟ ପରିଚାଳନା କମିଟିର ଉପସଭାପତି ଭାବେ ଶ୍ରୀମତୀ ଜ୍ୟୋତିର୍ମୟୀ ଜେନାଙ୍କୁ ମନୋନୀତ କରାଯାଇଥିଲା !ଏହି ଉପଲକ୍ଷେ ଆୟୋଜିତ ବୈଠକରେ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ବେହେରା ପରିଚାଳନା ଦାୟିତ୍ୱ ବହନ କରିଥିବା ବେଳେ ସଭାପତିତ୍ୱ କରିଥିଲେ ସିଆରସିସି ପ୍ରଣବ କୁମାର ସାହୁ !ଖବର ଅନୁସାରେ ୧୫ ଜଣ ସଦସ୍ୟଙ୍କ ମଧ୍ୟରୁ ଜଣଙ୍କର ଦେହ ଅସୁସ୍ଥ ଥିବାରୁ ୧୪ ଜଣ ସଦସ୍ୟ ମତଦାନ କରିଥିଲେ !ଯୁବସମାଜସେବୀ ରବୀନ୍ଦ୍ର କୁମାର ମଲ୍ଲିକ କମିଟିର ସଭାପତି ମନୋନୀତ ହେବାପରେ ପରିଚାଳନା କମିଟି ତରଫରୁ ତାଙ୍କୁ ଶୁଭେତ୍ସା ପ୍ରଦାନ କରାଯାଇଥିଲା !!

Leave a Reply

Your email address will not be published. Required fields are marked *