ସାରଦା ଏକାଡେମୀ, କନକପୁରର ବିଦ୍ୟାଳୟ ପରିଚାଳନା କମିଟି ଗଠିତ

ରାଜ୍ୟ
Spread the love

ଝଙ୍କଡ଼  :  ଝଙ୍କଡ଼ ସାରଳା ପୀଠ କନକପୁର ସ୍ଥିତ ସାରଦା ଏକାଡେମୀ ର ବିଦ୍ୟାଳୟ ପରିଚାଳନା କମିଟି ଗତ ସୋମବାରଦିନ ଗଠିତ ହୋଇଯାଇଛି l ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଅନିନ୍ଦିତା ମିଶ୍ର ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅପ୍ରତିଦ୍ବନ୍ଦିଭାବେ ଓ ସର୍ବସମ୍ମତିକ୍ରମେ ପ୍ରକାଶ ଚନ୍ଦ୍ର ସିଂହ ସଭାପତି ଓ ସ୍ମିତା ରାଉଳ ଉପସଭାପତି ଭାବେ ନିର୍ବାଚିତ କରାଯାଇଥିଲା |

ମୋଟ ପନ୍ଦରଜଣ ଙ୍କୁ ନେଇ କାର୍ଯକାରୀଣୀ ସଦସ୍ୟ ଭାବେ ଗ୍ରହଣ କରାଯାଇଥିବା ବେଳେ, ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ସ୍ୱାଗତ ଭାଷଣ ଦେଇଥିଲେ l ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାକ୍ଷେତ୍ରରେ ମାନସ କୁମାର ପୃଷ୍ଟି, ବିମଳ ପ୍ରସାଦ ପାଣିଗ୍ରାହୀ, ଯଜ୍ଞଦତ୍ତ ରଥ, ଅନୁଜ ସ୍ବପ୍ନଜିତ ନାୟକ,  ଜ୍ଞାନରଞ୍ଜନ ଲେଙ୍କା, ଦୀପକ ସ୍ୱାଇଁ, ବାଗ୍ମୀତା ତ୍ରିପାଠୀ, ଅଶ୍ରୁ୍ମୋଚନ ବେହେରା, ପ୍ରଜ୍ଞାପାରମିତା ସ୍ୱାଇଁ, ଲକ୍ଷ୍ମୀପ୍ରିୟା ସାହୁ, ସ୍ଵାଗତିକା ମହାନ୍ତି, ସ୍ବର୍ଣ୍ଣଲତା ସାମଲ, ସସ୍ମିତା ମଲ୍ଲିକ, ରବୀନ୍ଦ୍ର ଲେଙ୍କା ଓ ଅନିନ୍ଦିତା  ବଳ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସକ୍ରିୟ ସହଯୋଗ କରିଥିଲେ l ବିଜୟୀ କର୍ମକର୍ତ୍ତା ମାନଙ୍କୁ ରଜନୀକାନ୍ତ ରାଉଳ, ସର୍ବେଶ୍ୱର ଭଟ୍ଟ, କାହ୍ନୁଚରଣ ସାମଲ, ପୁଷ୍ପକ ଖୁଣ୍ଟିଆ, ବିଜୟକୁମାର ସାହୁ, ଜୟନ୍ତ ସାହୁ, ସମୀରେନ୍ଦ୍ର ରାଉଳ, ଶଶୀଭୂଷଣ ଦାସ, ମନୋଜ ନାୟକ, ନିରଞ୍ଜନ ଦାସ, ମନୋରଞ୍ଜନ ସାହୁ, ପ୍ରଦୀପ୍ତ ବେହେରା, ସୁଶାନ୍ତ ପଣ୍ଡା ଓ ଅଶୋକ କୁମାର ମହାନ୍ତି ପ୍ରମୁଖ ମା ସାରଳା ଠାକୁରାଣୀ ଙ୍କ ମନ୍ଦିରର ସିଂହଦ୍ୱାର ସମ୍ମୁଖରେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ l

Leave a Reply

Your email address will not be published. Required fields are marked *