ଅନୁଗୋଳ, ୯/୧୦: ଅନୁଗୋଳ ଟାଉନ୍ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ପିଟିସ୍ ପୋଲିସ ଟ୍ରେନିଂ କଲେଜ ସମ୍ମୁଖ ରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୁଚନା ମୁତାବକ ଆଠମଲ୍ଲିକ ଅଞ୍ଚଳର ବଳଭଦ୍ର ବେହେରା ଙ୍କ ପୁଅ ପ୍ରଦୀପ ବେହେରା ଏକ ବାଇକ୍ ରେ ଅନୁଗୋଳ ରୁ ନାଲକୋ ଅଞ୍ଚଳକୁ ଯାଉଥିଲେ। ବିପରୀତ ଦିଗରୁ ତାଳଚେର ବ୍ଲକ ଅନ୍ତର୍ଗତ ସାଉଥ୍ ବଲଣ୍ଡା ଗାଁର ରାକେଶ କୁମାର ବେହେରା ଓ ସୁମିତ ସାହୁ ଆସୁଥିବାବେଳେ ପିଟିସି୍ ପୁଲିସ୍ ଟ୍ରେନିଂ କଲେଜ ସମ୍ମୁଖ ରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ତିନି ଜଣ ଯାକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ସେହି ରାସ୍ତା ଦେଇ ଆପାତ କାଳୀନ ଅଧିକାରୀ ଶ୍ରୀ ଶୁଭେନ୍ଦୁ ଜେନା ସମସ୍ତ ଗୁରୁତର ଙ୍କୁ ଉଦ୍ଧାର କରି ଏକ ଅଟୋ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରଦୀପ ବେହେରା ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ଓ ଅନ୍ୟ ଦୁଇ ଜଣ ଗୁରୁତର ଥିବା ଜଣାପଡିଛି। ଖବର ପାଇ ଟାଉନଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
