କ୍ରାଇମବ୍ରାଞ୍ଚ ପକ୍ଷରୁ ବଣିକ କୋଚିଂ ସେଣ୍ଟେରରେ ରେଡ୍‌

ଜିଲା ଖବର ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ଵର, ୯/୧୦:ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ଲିଙ୍କ୍‌ ଥିବା ସନ୍ଦେହରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଗୁରୁବାର ଭୁବନେଶ୍ଵରର ଏକ ଘରୋଇ ଶିକ୍ଷାନୁଷ୍ଠାନ ବଣିକରେ ଚଢ଼ାଉ କରାଯାଇଛି। କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଉକ୍ତ କୋଚିଂ ସେଣ୍ଟରରେ ପଶି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛନ୍ତି। ଆନ୍ଧ୍ରପ୍ରଦେଶର ବିଜୟନଗର ସ୍ଵତନ୍ତ୍ର କୋଚିଂ ପାଇଁ ଯାଉଥିବା ପରିକ୍ଷାର୍ଥୀମାନଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀ ଏହି କୋଚିଂ ସେଣ୍ଟର ବୋଲି ତଦନ୍ତରୁ ଜଣାପଡ଼ିବା ପରେ କ୍ରାଇମବ୍ରାଞ୍ଚ ସେଠାରେ ଚଢ଼ାଉ କରିଛି। ମାମଲାରେ ଅନୁଷ୍ଠାନର କିଛି ଲିଙ୍କ୍‌ ରହିଛି କି ନାହିଁ ତାହାର ଖୋଳତାଡ଼ କରାଯାଉଛି। ତେବେ ଅନୁଷ୍ଠାନ ପକ୍ଷରୁ କିଛି ଛାତ୍ରଙ୍କୁ ଆନ୍ଧ୍ରପ୍ରଦେଶ ପଠାଯାଇଥିବା ନେଇ କ୍ରାଇମବ୍ରାଞ୍ଚ ଡିଏସପି ନରେନ୍ଦ୍ର ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ, ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୧୧୯ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ୫ ଜଣ ଦଲାଲ ରହିଛନ୍ତି। ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ପରୀକ୍ଷା ପରିଚାଳନା ସଂସ୍ଥା ପଞ୍ଚସଫ୍ଟର ମୁଖ୍ୟ ଶଙ୍କର ପୃଷ୍ଟି ଫେରାର ରହିଥିବାବେଳେ ତାଙ୍କୁ ଧରିବାକୁ କ୍ରାଇମବ୍ରାଞ୍ଚ ତନାଘନା ଜାରି ରଖିଛି।

Leave a Reply

Your email address will not be published. Required fields are marked *