ଧଉଳିଆ ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ

ରାଜ୍ୟ
Spread the love

ମାହାଙ୍ଗା :  କୁହୁଣ୍ଡା ପଞ୍ଚାୟତ ଧଉଳିଆ ଗ୍ରାମରେ ଚଳିତ ବର୍ଷର ଅଷ୍ଟ ପ୍ରହର ନାମଯଜ୍ଞ ଓ ହରିହାଟ ମହୋତ୍ସବ ବେଶ ଆନନ୍ଦ ଉତ୍ସାହର ସହିତ ଅନୁଷ୍ଠିତ ହୋଇଯାଇଛି |
ଏହି ହରିନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମରେ ମାଆ ବାଗେଶ୍ବରୀ ସଂକୀର୍ତ୍ତନ ମଣ୍ଡଳୀ ବନଗୁରୀଆ, ଈଶାନେଶ୍ୱର ସଂକୀର୍ତ୍ତନ ମଣ୍ଡଳୀ କୁହୁଣ୍ଡା, ମାଆ ମଙ୍ଗଳା ସଂକୀର୍ତ୍ତନ ମଣ୍ଡଳୀ ସମସରପୁର, ବନା ବଟେଶ୍ୱର ସଂକୀର୍ତ୍ତନ ମଣ୍ଡଳୀ ବନ ଗୁରୀଆ ମହାଜନ ସାହି, ମାଆ ବରୁଣେଇ ସଂକୀର୍ତ୍ତନ ମଣ୍ଡଳୀ ଗୁଣୁପୁର, ମାଆ ନାହାହାଣି ସଂକୀର୍ତ୍ତନ ମଣ୍ଡଳୀ ବିଶିଆସାହି ବାଜପୁରା, ହରିଗୋସ୍ୱାମୀ ସଂକୀର୍ତ୍ତନ ମଣ୍ଡଳୀ ଏବଂ ଧଉଳିଆ ଓ ହରଗୋବିନ୍ଦପୁର ଗ୍ରାମର ବହୁ ସଂକୀର୍ତ୍ତନ ପ୍ରେମୀ ଅଖଣ୍ଡ ନାମ ସଂକୀର୍ତ୍ତନ ପରିବେଷଣ
କରିଥିଲେ  |

ଜୟଦେବ ମହାନ୍ତି, ଭଜମନ ସ୍ୱାଇଁ, ନନ୍ଦ କିଶୋର ପଣ୍ଡା, ଗୟାଧର ସାହୁ, ମାଗୁଣି ସାମଲ, ସୁବାସ ବେହେରା, ସୁଦର୍ଶନ ସାମଲ, ଅକ୍ଷୟ ରାଉତ, ପ୍ରଫୁଲ୍ଲ ରାଉତ, ପ୍ରଫୁଲ୍ଲ ସାମଲ, ଅଭିମନ୍ୟୁ ସାମଲ ପ୍ରମୁଖ ବହୁ ଅନୁଷ୍ଠାନ ପ୍ରେମୀ ଉକ୍ତ ନାମଯଜ୍ଞ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ | ଆଖପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁ ଏହି ଆଧ୍ୟାତ୍ମିକ ଉତ୍ସବରେ ସାମିଲ ହେବା ଦେଖିବାକୁ ମିଳିଥିଲା  |

Leave a Reply

Your email address will not be published. Required fields are marked *