ଝଙ୍କଡ଼ : ପୂର୍ବଶତ୍ରୁତା କୁ କେନ୍ଦ୍ରକରି ଗତ ରବିବାର ଦିନ, ସାରଳାପୀଠ କନକପୁର ସ୍ଥିତ ବସନ୍ତବଗିଚା ଖେଳପଡିଆରେ ଏକ ନାଇଟ କ୍ରିକେଟ ମ୍ୟାଚ ଦେଖି ଘରକୁ ଫେରିବା ବାଟରେ କନକପୁର ଶାସନ ଗ୍ରାମର ସୁଶାନ୍ତ ପଣ୍ଡା, ପ୍ରଶାନ୍ତ ପଣ୍ଡା ଓ ଉଦୟ ପଣ୍ଡା, ଅରଡ଼ଙ୍ଗ ଗ୍ରାମର ହରିଜନ ଯୁବକ ଅଜୟ ହାତୀ ଙ୍କୁ ସଙ୍ଘବଦ୍ଧ ଭାବରେ ଅତର୍କିତ ଆକ୍ରମଣ କରିବା ସହିତ ଜାତିଗତ ଆକ୍ଷେପ କରି ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।
ବିଳମ୍ବିତ ରାତିରେ ଏହି କ୍ରିକେଟ ମ୍ୟାଚ ଦେଖି ଫେରୁଥିବା ସଞ୍ଜୟ ହାତୀ, ଘଟଣା ସ୍ଥଳରେ ପହଞ୍ଚି ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ । ଏହି ଅଘଟଣ ପରେ ଆହତ ଅବସ୍ଥାରେ ଦୁହେଁ କନକପୁର ପୋଲିସ ଫାଣ୍ଡି ରେ ପହଞ୍ଚି ବା ବେଳେ ଅନ୍ୟତମ ପ୍ରତକ୍ଷ୍ୟଦର୍ଶୀ ରଶ୍ମିରଞ୍ଜନ ସାହୁ ସାକ୍ଷୀ ଦେଲାବେଳେ ତାଙ୍କୁ ମଧ୍ୟ ଗାଳିଗୁଲଜ କରାଯାଇଥିଲା । ତେବେ ଆହତମାନେ ମଣିଜଙ୍ଗା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଆଶୁଚିକିତ୍ସା ପରେ, ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ ହୋଇଥିଲେ । ଏହି ସଙ୍ଘବଦ୍ଧ ଆକ୍ରମଣ ର ଶୀକାର ହୋଇ ଗୁରୁତ୍ତର ଅବସ୍ଥା ରେ ଥିବାରୁ ଅଜୟ ହାତୀଙ୍କ ଭାଇ ବିଜୟ ହାତୀ ତିର୍ତ୍ତୋଲ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏହାକୁ ଗୁରୁତ୍ୱ ଦେଇ ପରଦିନ ସୁଶାନ୍ତ ପଣ୍ଡା ଓ ପ୍ରଶାନ୍ତ ପଣ୍ଡା ଙ୍କୁ ଥାନାରେ ଅଟକରଖିବା ସହିତ ତଦନ୍ତ ଜାରିରଖିଥିଲେ ।
ତେବେ ତଦନ୍ତ ଅଧିକାରୀ, କନକପୁର ପୋଲିସ ଫାଣ୍ଡିର ଉପ ଆରକ୍ଷୀ ନିରୀକ୍ଷକ ବିଭୂତି ଭୂଷଣ ବିଶ୍ୱାଳ ଗତ ମଙ୍ଗଳବାର ଦୁଇଭାଇ ଙ୍କୁ କେଶ ନମ୍ବର 156/26 ରେ ଏକ ମକଦମା ୠଜୁକରିବା ସହିତ ଜୀବନରୁମାରିଦେବା ଓ ଜାତିଆଣl ଆକ୍ଷେପ ଆଦି ବିଭିନ୍ନ ଦଫା ଲଗାଇ କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଦୀର୍ଘ ତିନିବର୍ଷ ପୂର୍ବରୁ ମଧ୍ୟ ଅଭିଯୁକ୍ତମାନେ ହୋଲିପର୍ବ ଦିନ ଅଜୟହାତୀ ଙ୍କ ଉପରେ ଏହିପରି ଆକ୍ରମଣ କରିଥିଲେ । ଏହା ଉପରେ ଆଜିପଯ୍ୟନ୍ତ ମାନ୍ୟବର ଅଦାଲତ ରେ ଏପରି ଆଉ ଏକ କେଶ ବିଚାରାଧୀନ ଥିଲାବେଳେ, ପୁନଃ ର୍ବାର ଏହି ଆକ୍ରୋଶମୂଳକ ସଙ୍ଘବଦ୍ଧ ଆକ୍ରମଣ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଥିବାର ଦେଖିବାକୁ ମିଳିଛି ।
