ନବମଶ୍ରେଣୀ ଛାତ୍ର ସ୍ମୃତିଶୁଭମ ସେଠୀ ନିଖୋଜ, ପରିବାର ପକ୍ଷରୁ କନକପୁର ପୋଲିସ ଫାଣ୍ଡିରେ ଏତେଲା

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼  :  ତିର୍ତ୍ତୋଲ ବ୍ଲକ କନକପୁର ପଞ୍ଚାୟତ ଅଧିନ ତରାପୁର ଗ୍ରାମର ଚନ୍ଦନ ସେଠୀ ଙ୍କର ବଡପୁଅ ସ୍ମୃତିଶୁଭମ ସେଠୀ, କନକପୁର ସାରଦା ଏକାଡେମୀ ରେ ନବମଶ୍ରେଣୀ ରେ ପାଠ ପଢେ । ଗତ ସୋମବାର ପୂର୍ବାହ୍ନ ରେ ଏକ ଘରୋଇ କୋଚିଙ୍ଗ ସେଣ୍ଟର କୁ ପାଠ ପଢିବାକୁ ଯାଉଛି କହି ଘରୁ ବାହାରିଯାଇଥିଲେ ମଧ୍ୟ ଟିଉସନ କୁ ନଯାଇ ଅନ୍ୟଆଡେ ବୁଲୁ ଥିବାର ଦେଖି ତାର ବାପା ଟିକେ କଡାଭାଷା ରେ ପିଲାକୁ ଆକଟ କରିଥିଲେ । ସେଥିପାଇଁ ସେ କଣ୍ଟାପଡା ଛତ୍ରମଠ କେନାଲ ବନ୍ଧରେ ଦୌଡ଼ି ଦୌଡ଼ି ଏକ ଅଜଣା ବ୍ୟକ୍ତି ସହିତ ବାଇକ ରେ ବସି କେଉଁ ଆଡକୁ ଚାଲିଯାଇଥିଲା ।

ସବୁଆଡେ ଖୋଜା ଖୋଜି କରି ନିରାଶ ହେବାରୁ ସ୍ମୃତି ଶୁଭମ୍ ର ମାଆ ଜୟନ୍ତୀ ସେଠୀ, କନକପୁର ପୋଲିସ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିବା ପରେ, ପୋଲିସ ଏକ ମିସକେଶ ରଜୁକରି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଦୁଇଦିନ ପୂର୍ବରୁ ପଡୋଶୀ ବାଗାହୁରା ଗ୍ରାମରେ ଏକ ପିଲାଚୋର ଧରାପଡ଼ିଥିବାରୁ, ନିଖୋଜ ଛାତ୍ର ପନ୍ଦରବର୍ଷ ବୟସର ସ୍ମୃତିଶୁଭମ ର ଭବିଷ୍ୟତ କୁ ନେଇ ପରିବାର ଓ ଗ୍ରାମବାସୀ ମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଯଦି କୌଣସି ସହୃଦୟ ବ୍ୟକ୍ତି ଏହି ନିଖୋଜ ଛାତ୍ର ର ଖବର ପାଆନ୍ତି ତେବେ 9438701146 ନମ୍ବର ରେ, ଅଥବା ତିର୍ତ୍ତୋଲ ପୋଲିସ ଷ୍ଟେସନ ରେ ଜଣାଇବାପାଇଁ ତାଙ୍କ ପରିବାର ତରଫରୁ ନିବେଦନ କରାଯାଇଛି ।

Leave a Reply

Your email address will not be published. Required fields are marked *