ହଳଦିଆ ରେ ଜଗନ୍ନାଥ କଥାମୃତ, ପଞ୍ଚମବାର୍ଷିକ ମହୋତ୍ସବ ଉଦଘାଟିତ

ରାଜ୍ୟ
Spread the love

ଝଙ୍କଡ଼ :  ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଲୀଳା, ମାହାତ୍ମ୍ୟ, ମହିମା ର କଥାମୃତ କୁ ପ୍ରଚାର ପ୍ରସାର କରି ଜଗନ୍ନାଥଚେତନା ରେ ସମସ୍ତଙ୍କୁ ଉଦବୁଦ୍ଧ କରିବା ପାଇଁ, ତିର୍ତ୍ତୋଲବ୍ଲକ, ବୋଧେଇ ପଞ୍ଚାୟତ ଅଧିନ ହଳଦିଆ ଗ୍ରାମରେ ତ୍ରିଦିବସିୟ ଜଗନ୍ନାଥ କଥାମୃତ, ପଞ୍ଚମବାର୍ଷିକ ମହୋତ୍ସବ ଗତ ମଙ୍ଗଳବାର ସନ୍ଧ୍ୟାରେ, ଏକ ଭକ୍ତିଭାବମୟ ପରିବେଶ ମଧ୍ୟରେ ଉଦଘାଟିତ ହୋଇଯାଇଛି । କେନ୍ଦ୍ରାପଡ଼ା ଗରାପୁର ଆଶ୍ରମ ର ସଦଗୁରୁ ଚେତନା ନନ୍ଦ ଦାସ ମହାରାଜ, କାର୍ଯ୍ୟକ୍ରମର ସୂଚନାଦେବା ସହିତ ଜଗନ୍ନାଥତତ୍ତ୍ୱ ଓ ତଥ୍ୟ ବିଷୟରେ ସ୍ୱାଗତ ଭାଷଣ ଦେଇଥିଲେ । ଶ୍ରୀଜଗନ୍ନାଥ ସଂସ୍କୃତି ର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ମୁଖ୍ୟଅତିଥି ତଥା ଧାରାବାହିକ ପ୍ରବକ୍ତା ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ ।

ଜଗତସିଂହପୁର ଜିଲ୍ଲା ଜଗନ୍ନାଥ ଭକ୍ତସମାଜର ସଭାପତି ଇଂ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସଭାରେ ଅନୁଷ୍ଠାନ ର ମୁଖ୍ୟବ୍ୟବସ୍ଥାପକ ଗୋପାଳ ଚରଣ ଖଟୁଆ ଓ ମାହାଳି ପରିବାର ପକ୍ଷରୁ ମଞ୍ଚାସିନ ସମସ୍ତ ନିମନ୍ତ୍ରିତ ସାଧୁ ସନ୍ଥ ମହାତ୍ମା ଓ ବିଭିନ୍ନ ମଠମନ୍ଦିରର ପ୍ରତିନିଧି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ଗ୍ରାମର ଆରମ୍ଭରୁ ସଂକୀର୍ତ୍ତନ, ଘଣ୍ଟ ଘଣ୍ଟା ଓ ହରିବୋଲ ହୁଳହୁଳି ଧ୍ଵନି ମଧ୍ୟରେ ସାଧୁସନ୍ଥ ମାନଙ୍କୁ ମଞ୍ଚଉପରକୁ, ଗ୍ରାମବାସୀ ମାନେ ପାଛୋଟି ନେଇଥିଲେ । ରାମାୟଣ, ମହାଭାରତ, ବେଦ ଉପନିଷଦ, ସ୍କନ୍ଧପୁରାଣ ଆଦି ପୁରାଣ ଶାସ୍ତ୍ର ର ଉଦାହରଣ ଦେଇ ବାବାଜୀ ମହାରାଜ ଜଗନ୍ନାଥ ଦର୍ଶନ ର ସାରତତ୍ତ୍ୱ ବିଷୟରେ ମାର୍ଗଦର୍ଶନ ଦେଇଥିଲେ । ଆସନ୍ତା ଗୁରୁବାର ଦିନ ଏହି ମହାନ ଆଧ୍ୟାତ୍ମିକ ସାରସ୍ୱତ କାର୍ଯ୍ୟକ୍ରମ ଉଦଯାପିତ ହେବବୋଲି ଆୟୋଜକ ମାନେ ସୂଚନା ପ୍ରଦାନ କରିଅଛନ୍ତି ।

Leave a Reply

Your email address will not be published. Required fields are marked *