ସାରଳା ପବ୍ଲିକ ସ୍କୁଲ ପରିସରରେ ପାଣି : କୁନିକୁନି ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଶ୍ନବାଚୀ

ଜଗତସିଂହପୁର ରାଜ୍ୟ
Spread the love

ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠ କନକପୁର, ବସନ୍ତବଗିଚାରେ ଦୀର୍ଘ ତିରିଶବର୍ଷ ଧରି, ଖୋଲାଯାଇଥିବା ସାରଳା ପବ୍ଲିକ ସ୍କୁଲ ପରିସରରେ ବର୍ଷାଋତୁ ଆରମ୍ଭ ହେବାଦିନ ଠାରୁ ପାଣିଜମିରହିଛି l ଯାହା ଫଳରେ ଏଠାରେ ପାଠପଢ଼ୁଥିବା ଶତାଧିକ କୋମଳମତି ଛାତ୍ରଛାତ୍ରୀ ମାନେ, ଏହି ପାଣିକାଦୁଅ ରେ ଯାତାୟତ କରି ଥଣ୍ଡା ଓ ଜ୍ୱରରୋଗ ରେ ପୀଡ଼ିତ ହେଉଛନ୍ତି l ଏଥିପାଇଁ ଅବିଭାବକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l

ପବ୍ଲିକସ୍କୁଲର ନିଜସ୍ୱ ଆୟରେ ଶିକ୍ଷକଶିକ୍ଷୟତ୍ରୀ ମାନଙ୍କୁ ନିୟମିତ ଦରମା ଦେବା ମଧ୍ୟ ସମ୍ଭବ ହୋଇପାରୁନାହିଁ l କନକପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏହି ସାରଳା ପବ୍ଲିକ ସ୍କୁଲର ଜାତୀୟଦିବସ ପାଳନ ଓ ବାର୍ଷିକ କ୍ରୀଦା ଉତ୍ସବ ଆଦିରେ, ସ୍ଥାନୀୟ ସରପଞ୍ଚ ମୁଖ୍ୟଅତିଥି ଭାବରେ ଯୋଗଦେଇଆସୁଛନ୍ତି l ଯଦି ସରପଞ୍ଚ ଙ୍କ ପ୍ରଚେଷ୍ଟାରେ ବ୍ଲକଗ୍ରାଣ୍ଟ ବା ଅନ୍ୟକୌଣସି ସରକାରୀ ଆର୍ଥିକ ଅନୁଦାନ ରେ ଏହି ସମସ୍ୟାର ଆଶୁସମାଧାନ କରାଯାଇପାରନ୍ତା ତେବେ ବିଦ୍ୟାର୍ଥୀ ମାନଙ୍କ ପାଠପଢା କ୍ଷେତ୍ରରେ ଆଉକିଛି ଅସୁବିଧା ରହନ୍ତାନାହିଁ ବୋଲି ଅଭିଭାବକ ଓ ସ୍ଥାନୀୟଅଞ୍ଚଳର ଅଧିବାସୀ ମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି l

Leave a Reply

Your email address will not be published. Required fields are marked *