ହଂସୁଆନଦୀ ଗର୍ଭ କଲିକତିଦଳରେ ପରିପୂର୍ଣ୍ଣ : ଜଳନିଷ୍କାସନ ବ୍ୟାହତ, ଜଳସମ୍ପଦ ବିଭାଗୀୟ ଯନ୍ତ୍ରୀମାନେ କରୁଛନ୍ତି କଣ ?

ରାଜ୍ୟ
Spread the love

ଝଙ୍କଡ଼ :  ସମ୍ପ୍ରତି ଚାଷବାସ କାମ ଆରମ୍ଭ ହୋଇଥିବା ବେଳେ, ହଂସୁଆ ନଦୀ ର ଉଭୟପାର୍ଶ୍ଵରେ ଥିବା ଶହଶହ ହେକ୍ଟର ଚାଷଜମି ଉପରୁ ଜଳନିଷ୍କାସନ ପାଇଁ ଘୋରସମସ୍ୟା ଦେଖାଯାଇଛି l ତଣ୍ଡିକୁଳ ଠାରୁ ବେଗୁନିଆ, ବେଗୁନିଆ ଠାରୁ ରସୁଲପୁର ଓ ରସୁଲପୁର, ବରୁଣପଡା ସଅଁରା ଠାରୁ ନାଲିବର ପର୍ଯ୍ୟନ୍ତ ମାଇଲ ମାଇଲ ଧରି ଏହି ହଂସୁଆନଦୀ ଗର୍ଭ, କଲିକତିଦଳ ରେ ପରିପୂର୍ଣ୍ଣ ହୋଇଯାଉଥିବାରୁ, ଚାଷକ୍ଷେତ ର ବଳକାଜଳ ନିଷ୍କାସିତ ହୋଇପାରୁନାହିଁ l ପ୍ରତିବର୍ଷ ଏହି ଦଳସଫେଇ ଓ ନଦୀବନ୍ଧ ସଫେଇ ନିମନ୍ତେ, ଜଳସମ୍ପଦ ବିଭାଗ ତରଫରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ,ବାସ୍ତବକ୍ଷେତ୍ରରେ ଏହାର କୌଣସି ସୁଫଳ ମିଳୁନାହିଁ l

କେଉଁଠି କେଉଁଠି ବଡ଼ବଡ଼ ଗହୀରପାଟ ରେ ବର୍ଷାଜଳ ର ଲହରୀ ମାରୁଥିବାରୁ, ତଳିପକାଇବା ସମ୍ଭବହୋଇପାରୁନାହିଁ ତ ଆଉକେଉଁଠି ଡ୍ରେନେଜର ସୁବିଧାଥିବାରୁ କାଁ ଭାଁ ବିହନବୁଣିବା ଆରମ୍ଭ ହୋଇଛି l ଅପରପକ୍ଷରେ ଯେଉଁସବୁ ପାଣିପଞ୍ଚାୟତ ଗଠିତ ହୋଇଛି, ସେଥରେ କାମ ଯେତିକି ହୋଇଛି, ବାଟମାରଣା ତାର ତିନିଗୁଣ ହୋଇଥିବାରୁ ଚାଷଜମିରେ ଖୋଳାଯାଇଥିବା କରନାଳି ଗୁଡିକରେ ମଧ୍ୟ ଜଳନିଷ୍କାସନ ଠିକ ଭାବରେ ହୋଇ ପାରୁନାହଁ l ରାଜ୍ୟସରକାର କୃଷି ଓ ଜଳସମ୍ପଦ ର ବିକାଶନିମନ୍ତେ ସର୍ବାଧିକ ଗୁରୁତ୍ୱ ଦେଉଥିବାବେଳେ, ବିଭାଗୀୟ ଉଚ୍ଚପଦାଧିକାରୀ ମାନଙ୍କ ଦ୍ୱାରା ବାସ୍ତବ ସ୍ଥିତକୁ ଅନୁଧ୍ୟାନ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାନିମନ୍ତେ ସାଧାରଣରେ ଦାବୀ ହେଉଛି l

Leave a Reply

Your email address will not be published. Required fields are marked *