ମାହାଙ୍ଗା : ମାହାଙ୍ଗା ଅଂଚଳର ଲୋକପ୍ରିୟ ସାମାଜିକକର୍ମୀ, ବରିଷ୍ଠ ସାମ୍ବାଦିକ, ଜଣାଶୁଣା ଶବବାହକ, ଅଖିଳେଶ ମହାନ୍ତିଙ୍କ ଜନ୍ମଦିନ କୁହୁଣ୍ଡା ପଞ୍ଚାୟତର କଲ୍ୟାଣପୁର ଆଦିବାସୀ ବସ୍ତିରେ ପାଳନ ହେବା ଦେଖିବାକୁ ମିଳିଛି l ଏହି ଭୂମିହୀନ ଆଦିମ ଜନଜାତିର ମଣିଷ ମାନେ ଶ୍ରୀ ମହାନ୍ତିଙ୍କୁ ଖୁବ ଆପଣାର ବୋଲି ଗ୍ରହଣ କରୁଥିବାରୁ, ସେମାନେ ତା’ଙ୍କୁ ନିଜ ବସ୍ତିକୁ ପାଛୋଟି ନେଇ ଧୁମ ଧାମରେ ଜନ୍ମଦିନ ପାଳନ କରିଥିଲେ l
ବସ୍ତିର ଛୋଟ ପିଲାଙ୍କ ଠାରୁ ବୟସ୍କ ପୁରୁଷ ଓ ମହିଳା ମାନଙ୍କ ଗହଣରେ ଶ୍ରୀ ମହାନ୍ତି କେକକାଟି, ମିଠା ଓ ଲଡ଼ୁ ସହିତ ଚକୋଲେଟ ବାଣ୍ଟି ଖୁସି ମନେଇଥିଲେ l
ଅଖିଳେଶ ଜଣେ ନିର୍ଭିକ ସାମ୍ବାଦିକ ଭାବେ ସାରା ରାଜ୍ୟରେ ବେଶ ଜଣାଶୁଣା l ଜାତି ଧର୍ମ ନିର୍ବିଶେଷରେ ଶହଶହ ଲୋକଙ୍କ ମୃତ ଦେହକୁ ସ୍ମଶାନ ପର୍ଯ୍ୟନ୍ତ କାନ୍ଧଦେଇ ଜଣେ ସାମାଜିକକର୍ମୀ ଭାବରେ ସେ ସବୁ ବର୍ଗର ଲୋକମାନଙ୍କ ଶ୍ରଦ୍ଧାଭାଜନ ହୋଇପାରିଛନ୍ତି l
ଶ୍ରୀ ମହାନ୍ତି ତା’ଙ୍କ ଜନ୍ମଦିନକୁ ଅତ୍ୟନ୍ତ ନିରାଡ଼ମ୍ବର ଭାବେ ପାଳନ କରିଥିବା ବେଳେ,ଆଦିବାସୀ ବସ୍ତିର ଗୁରୁଜନ ଓ ମାଆ ମାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ l ସମାଜର ସବୁଠାରୁ ତଳ ସ୍ତରରେ ରହୁଥିବା ମେହେନତି ମଣିଷ ମାନଙ୍କ ହକ ପାଇଁ, ଏବଂ ନିସ୍ଵାର୍ଥପର ଭାବରେ ସେବା କରିବାର ସଂକଳ୍ପ ନେବାକୁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଥିଲେ l
