ନେମାଳ : ବାଲିମେଳା ମହୋତ୍ସବ ଉଦ୍ଯାପିତ ଭାଇଚାରାର ପ୍ରତିକ ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀ ,ସଂଖ୍ୟାଲଘୁ ସଂପ୍ରଦାୟଙ୍କୁ ବାଲି ମହୋତ୍ସବର ପ୍ରଥମ ବାଲଭୋଗ ଅର୍ପଣ
ନେମାଳ,୦୩ା୭ (ନି.ପ୍ର)- ଯୁଗେ ଯୁଗେ ମାଳିକାର ସ୍ରଷ୍ଟା ଭାବେ ମହାପୁରୁଷ ଅଚ୍ୟୁତାନନ୍ଦ ସୁବିଦିତ , ଯଦିଓ ଏହା ତାଙ୍କର ଏକମାତ୍ର ପରିଚୟ ନୁହେଁ । ଜଣେ ସିଦ୍ଧ ପୁରୁଷ ଓ ମହାନ ସନ୍ଥ ଭାବରେ ଓଡିଆ ଜାତିରେ ଜନ୍ମଗ୍ରହଣ କରି ସେ ଏ ଜାତିକୁ ଧନ୍ୟ କରିଛନ୍ତି । ସେହି ମହାନ ପୁରୁଷଙ୍କ କୃତିତ୍ୱ ଓ ତାଙ୍କର ସାଧନାପୀଠ ନେମାଳରେ ଦେବସ୍ନାନଯାତ୍ରା ଓ ନିର୍ବିକଳ୍ପ ଶୁନ୍ୟ ସମାଧି ଦିବସ ଉପଲକ୍ଷେ ଆୟୋଜିତ ବାଳି ମେଳା ମହୋତ୍ସବର ଉଦ୍ଯାପନି ପର୍ବ ଅବସରରେ ି ଆଜି ଉପସ୍ଥିତ ବହୁୁ ସାଧୁସନ୍ଥ ମତବ୍ୟକ୍ତ କରିଛନ୍ତି ।
ବାଲିମେଳା ମହୋତ୍ସବ କମିଟି ଅଧ୍ୟକ୍ଷ ସାମ୍ବାଦିକ ଡଃ ବିନୟ କୁୁମାର ଦାସଙ୍କ ସଭାପତିତ୍ୱ ଏବଂ କାର୍ଯ୍ୟକାରୀ ସଭାପତି ସାମ୍ବାଦିକ ରତ୍ନାକର ବାରିକ ଓ ପ୍ରସ୍ କ୍ଲବର ଉପଦେଷ୍ଟା ତଥା ସେବାୟତ ସଂଘର ସଭାପତି କ୍ଷମାନିଧି ପୁଝାରୀଙ୍କ ସଂଜୋଯନାରେ ଆୟୋଜିତ କର୍ଯ୍ୟକ୍ରମରେ ଉଦ୍ଘାଟକ ତଥା ମୁଖ୍ୟ ଅତିଥି ଭାବେ ସ୍ୱାମୀ ଗୁରୁପାଦ ବ୍ରହ୍ମ ଅବଧୂତ ଶୁକାନ୍ତ ଦାସ ମହାରାଜ ଯୋଗଦେଇଥିବା ବେଳେ ଅତିଥି ଭାବେ ବାୟା ପୁରୀ,ଶିଶୁ ଛବି ହରିଓଁ ବାବା,ଅଭୟାନନ୍ଦ ଗିରୀ,ମହନ୍ତ ଅନନ୍ତ ରାମ ଦାସଜୀ ମହାରାଜ ,ତପନ ବାବା ,ନାରାୟଣ ଦାସ ମହାରାଜ,ଶୁକ ବାବା,କ୍ରିୟା ଯୋଗୀ ସ୍ୱାମୀ ଆନନ୍ଦ ରାଜ ମହାରାଜ,ପରମାନନ୍ଦ ବାବା,ସନିଲ ବାବା,ପାଗଳ ବାବା,ଅଜୁ ବାବା,ସ୍ୱାମୀ ଆନନ୍ଦ ଶଂଙ୍କର, କଲ୍ୟାଣି ବାବା,ଲକ୍ଷ୍ମୀଧର ବାବା,ସ୍ୱାମୀ ରାମ ବାବା ମହାରାଜ,ବଶିଂଧର ବାବା,ପଙ୍ଚବଟି ମହନ୍ତ ପ୍ରମୋଦ ଦାସଜୀ ମହାରାଜ,ପ୍ରବଚକ ଶୁଶାନ୍ତ ନାୟକ ପ୍ରମୁଖ ଯୋଗଦେଇ ଥିଲେ । ଏହି ଅବସରରେ କମିଟି ସମ୍ପାଦକ ଅମିତାଭ ମହାପାତ୍ର ବିବରଣି ପାଠ ପଦାନ କରିଥିବା ବେଳେ ଉପସଭାପତି ସାମ୍ବାଦିକ ଗୋବିନ୍ଦ ଦାସ ଅତିଥି ପରିଚୟ ଏବଂ ସମାଜସେବୀକା ସାମ୍ବାଦିକା ପୁଷ୍ପିତା ଦ୍ୱିବେଦୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଏହି ଅବସରରେ ହିନ୍ଦୁ ଓ ମୁସଲମାନଙ୍କର ନିଆରା ଭାଇଚାରା ସମ୍ପର୍କ ଅନୁଷ୍ଠିତ ହୋଇଥିବା ମହୋତ୍ସବରେ ଲକ୍ଷାଧିକ ଶ୍ରଧାଳୁ ଭକ୍ତଙ୍କ ସମାଗମ ଘଟିଛି । ଆମର ହସ୍ତଗତ ହୋଇଥିବା ଖବର ଅନୁଯାଇ ପ୍ରତ୍ୟୁଷରୁ ଦ୍ୱାଦସ ଗୋପାଳ ବୈାଷ୍ଣବ ସେବାୟତ ମାନଙ୍କ ଦ୍ୱାରା ଦେବ ନିତୀ ଅନୁସାରେ ପୁଜାଅର୍ଚ୍ଚନା କରାଯାଇଥିଲା । ପରେ ସଂନ୍ଧ୍ୟା ୫ଟା ସମୟରେ ପୀଠ ପରିସରରୁ ଏକ ଶୋଭାଯାତ୍ରାରେ ସମସ୍ତ ସାଧୁସନ୍ଥ ମାନଙ୍କ ସହିତ ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତି ମାନେ ଚିତ୍ରୋତ୍ପଳା ବାଲିଶଯ୍ୟରେ ଟ୍ରଷ୍ଟବୋଡ ଓ ନେମାଳ ପ୍ରେସ କ୍ଲବ ପକ୍ଷରୁ ଆୟୋଜିତ ଚିତ୍ରୋତ୍ପଳା ନଦୀ ବାଲି ମେଳାକୁ ଯାଇଥିଲେ । ସେଠାରେ ହଜାର ହଜାର ଶ୍ରଧାଳୁ ଭକ୍ତଙ୍କ ଗହଣରେ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ବରିଷ୍ଠ ସେବାୟତ ଶଶୀକାନ୍ତ ପୂଝାରୀ ମାନଙ୍କ ଦ୍ୱାରା ଯଥାରିତି ପୂଜାଅର୍ଚ୍ଚନା ସହିତ ୧୦୮ ପ୍ରଦୀପ ପ୍ରଜ୍ୱଳୀତ କରାଯାଇ ଚିତ୍ରୋତ୍ପଳା ବନ୍ଧାପନା କରାଯାଇଥିଲା । ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦଙ୍କ ସମୟରୁ ଭାଇଚାରା ସଂମ୍ପର୍କ ସୃଷ୍ଟି ହୋଇଥିବା ଶଖା ଅଚ୍ୟୁତି ଖାଁଙ୍କ ସଂମ୍ପର୍କକୁ ନିବିଡ କରିବା ପାଇଁ ସଂଖ୍ୟାଲଘୁ ସଂପ୍ରଦାୟରଙ୍କୁ ବାଲି ମହୋତ୍ସବର ପ୍ରଥମ ବାଲଭୋଗ ଅର୍ପଣ କରାଯାଇ ସଂମ୍ପର୍କକୁ ଅହୁରି ସୁଦୃଢ କରିବା ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଚିତ୍ରୋତ୍ପଳା ନଦୀ ଗର୍ଭ ରାହାସ କିର୍ତ୍ତନ,ଭଜନଜଣାଣ ଓ ମହାପୁରୁଷଙ୍କ ତତ୍ୱ ଆଲୋଚନା ଚକ୍ରରେ ସମଗ୍ର ପରିବେଷ ଉତ୍ସବ ମୁଖର ହୋଇ ପଡିଥିବା ବେଳେ ଓଡିଶା କୋଣ ଅନୁକୋଣରୁ ଆସିଥିବା ଅଚ୍ୟୁତ ପ୍ରେମି ଶ୍ରଧାଳୁ ମାନେ ରହି ଭକ୍ତ ଓ ଭଗବାନଙ୍କର ଦୂଲ୍ଲଭ ମିଳନ ଏବଂ ହିନ୍ଦୁ ଓ ମୁସଲମାନଙ୍କର ନିଆରା ଭାଇଚାରା ସମ୍ପର୍କକୁ ଅନୁଭବ କରୁଥିଲେ ।ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ପସ୍ନ୍ କୁମାର ମହାପାତ୍ର,ସାମ୍ବାଦିକ ଜାନାକି ବଲ୍ଲଭ ମହାନ୍ତି, ସାମ୍ବାଦିକ ଭାବଗ୍ରାହୀ ମିଶ୍ର ,ସାମ୍ବାଦିକ ନିର୍ମଳ ପଡିହାରୀ,ସାମ୍ବାଦିକା ସୁଜାତା ଗୋସ୍ୱାମୀ ,ସାମ୍ବାଦିକ ଅନିଲ କୁମାର ମଲିକ , ସାମ୍ବାଦିକ ମିନକେତନ ଦାସ ,ସାମ୍ବାଦିକ କିରଣ ଶଂକର ନାୟକ ,ସାମ୍ବାଦିକ ଇଜାଜ ଖାଁନ ପ୍ରମୁଖଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଜନସାଧାରଣ , ବଜାର ବ୍ୟବସାୟୀ ସଂଘ ,ସେବାୟତ ସଂଘଙ୍କ ସମେତ ବହୁ ଅନଷ୍ଠାନ, ଅଚ୍ୟୁତ ପ୍ରେମୀ, ଲୋକପ୍ରତିନିଧି.ସାହିତ୍ୟିକ ଓ ସମାଜ ସଂସ୍କାରକ ମାନେ ଯୋଗ ଦେଇଥିବା ବେଳେ ସାମ୍ବାଦିକ ଇଜାଜ ଖାଁନ ଧନ୍ୟବାଦ ଅର୍ପଣ କରିଥିଲେ । ।
