ଖରା ପୁଉଁଥିବା ବେଳେ ଚଢ଼ିଗଲା ଟ୍ରାକ୍ଟର, ମାଆ ଗୁରୁତର, ଅଢ଼େଇ ବର୍ଷର ଶିଶୁପୁତ୍ର ମୃତ

କଟକ ରାଜ୍ୟ
Spread the love

କିଶୋରନଗର, ୨୫/୧୨: ଆଜି ସକାଳେ କିଶୋରନଗର ଥାନା ଜଏରାଟ ପଞ୍ଚାୟତ କରମଲକଟା ଗାଁରେ ଘଟିଛି ଅଭାବନୀୟ ଘଟଣା। ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ଘର ସାମ୍ନାରେ ବସି ଖରା ପୁଉଁଥିବା ବେଳେ ମା’ ପୁଅଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର। ସକାଳ ପ୍ରାୟ ୯ଟାରେ ଘଟିଥିବା ଏହି ଘଟଣାରେ ମା’ ଗୁରୁତର ହୋଇଥିବା ବେଳେ ଅଢ଼େଇ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଯାଇଛି।

ସୂଚନା ଅନୁଯାୟୀ କରମଲକଟା ଗାଁର ଜନ୍ମୀ ଦେହୁରୀ (୨୫) ଓ ତାଙ୍କ ପୁଅ ଶ୍ରେୟାନ୍ ଦେହୁରୀ (ଅଢ଼େଇ ବର୍ଷ) ଘର ସମ୍ମୁଖରେ ଖରାରେ ବସିଥିଲେ। ଏହି ସମୟରେ ଏହି ଗାଁର ଏକ ଟ୍ରାକ୍ଟର ନିକଟସ୍ଥ ବିଲରୁ ଧାନ ବୋଝେଇ କରିବାକୁ ଯାଉଥିଲା। ଟ୍ରାକ୍ଟରଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଖରା ପୁଉଁଥିବା ମା ଓ ପୁଅଙ୍କୁ ଧକ୍କା ଦେଇଥିଲେ। ଦୁର୍ଘଟଣାରେ ମା ଛିଟିକି ପଡ଼ିଥିବା ବେଳେପୁଅ ଶ୍ରେୟାନ୍ ଉପରେ ଟ୍ରାକ୍ଟରର ଗୋଟିଏ ଚକ ଚଢ଼ି ଯାଇଥିଲା।

ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ଉଭୟଙ୍କୁ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ ଡାକ୍ତର ପୁଅକୁ ମୃତ ଘୋଷଣା କରିଥିଲେ। ମା ଜନ୍ମୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅନୁଗୁଳଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ଖବରପାଇ କିଶୋରନଗର ଥାନା ଅଧିକାରୀ ଏବଂ ଆଠମଲ୍ଲିକ ଏସଡିପିଓ ସୁଶାନ୍ତ କୁମାର ତାଓଡ଼ିଆ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଦୁର୍ଘଟଣା ପରେ ଟ୍ରାକ୍ଟର ଜବତ ହୋଇଥିବା ବେଳେ ଚାଳକ ଧରା ପଡ଼ି ନଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *