ବାରିପଦା ପୁଲିସ ପଞ୍ଝାରେ ବାଇକ ଚୋରି ରାକେଟ, ୫ ଅଭିଯୁକ୍ତ ଗିରଫ, ବେହେରାମାଲରୁ ଧରାପଡ଼ିଲେ ୭ ଜୁଆଡ଼ି

ଅପରାଧ ବାରିପଦା ରାଜ୍ୟ
Spread the love

ବାରିପଦା, ୨୫/୧୨: ବାରିପଦା ସଦର ଥାନା ପୁଲିସ ବାଇକ ଚୋରି କରୁଥିବା ରାକେଟକୁ ଧରିଛି। ଏହି ରାକେଟରେ ଜଡିତ ୫ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ, ଗୋଟିଏ ହ୍ୟୁଣ୍ଡାଇ ଭେନ୍ୟୁ କାର ସହ ୪୧ଟି ଚୋରା ମୋଟରସାଇକେଲ ଜବତ କରାଯାଇଛି। ଏହା ସହ ରାକେଟରେ ଅନ୍ୟ ବଡ଼ ଅପରାଧୀ ଜଡିତ ଥିବା ସନ୍ଦେହରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ପୁଲିସର ସୂଚନା ଅନୁଯାୟୀ, ଡିସେମ୍ବର ୨୩ ସନ୍ଧ୍ୟା ୭ଟା ୪୫ ମିନିଟ ସମୟରେ ସଦର ଥାନା ଏଏସଆଇ ଜିତେନ୍ଦ୍ର କୁମାର ଜେନା ପାଟ୍ରୋଲିଂ କରୁଥିବା ବେଳେ ରଙ୍ଗାମାଟିଆ ଗାଁ ନିକଟ ପିଆରଏମ–ଏମସିଏଚ ଅଞ୍ଚଳର ଏକ ଭଡା ଘରରୁ ଚୋରା ଯାନ ଓ ଯାନ ଅଂଶ ମିଳିଥିଲା। ଏହି ଘଟଣାରେ ଗୋବିନ୍ଦ ଚନ୍ଦ୍ର ସିଂହ ଓରଫ ବାପି ଓ ରୋହିଦାସ ସିଂହ ଓରଫ ହବ୍ଲାଙ୍କୁ ପ୍ରଥମେ ଗିରଫ କରାଯାଇଥିଲା।

ପଚରାଉଚରାରେ ଅଭିଯୁକ୍ତମାନେ ବିଭିନ୍ନ ଅଞ୍ଚଳରୁ ବାଇକ ଚୋରି କରି ଅବୈଧ ବିକ୍ରୟ ଉଦ୍ଦେଶ୍ୟରେ ସଂଗ୍ରହ କରୁଥିବା କଥା ସ୍ୱୀକାର କରିଥିଲେ। ଏହାପରେ ଅଧିକ ତଦନ୍ତରେ ଚୋରା ଯାନ କିଣୁଥିବା ଅଭିଯୋଗରେ ଶିବାଜୀ ବଗାଲ, ବସୁଦେବ ହାତି ଓ ଭିମେଶ୍ୱର ସିଂହଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।ପୁଲିସ ଅଭିଯାନରେ ଗୋଟିଏ କାର, ୩୯ଟି ବାଇକ, ବାଇକର ଅଂଶ, ଟାୟର, ନକଲି ନମ୍ବର ପ୍ଲେଟ, କଟର, ସ୍କ୍ରୁଡାଇଭର, ଏଲଏନ କି ଓ ୬ଟି ମୋବାଇଲ ଫୋନ ଜବତ କରାଯାଇଛି। ଏହି ସମ୍ପର୍କରେ ବାରିପଦା ସଦର ଥାନା କେସ୍ ନଂ ୨୬୩/୨୦୨୫ ଅନୁସାରେ ବିଏନଏସ ଧାରା ୩୦୩(୨), ୩୧୭(୪) ଓ ୩(୫) ରେ ମାମଲା ରୁଜୁ ହୋଇଥିବା ବେଳେ ଆଗକୁ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *