ବାରବାଟୀ T20 ମ୍ୟାଚର ପ୍ରଥମ ଟିକେଟ୍ ମହାପ୍ରଭୁ ଜଗନ୍ନାଥଙ୍କୁ ସମର୍ପଣ କଲା OCA

କଟକ ଖେଳ ରାଜ୍ୟ
Spread the love

ପୁରୀ, ୧/୧୨: ଆଗାମୀ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ T20 ଆନ୍ତର୍ଜାତିକ ମ୍ୟାଚ୍ ପାଇଁ ରବିବାର ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ପକ୍ଷରୁ ପ୍ରଥମ ଟିକେଟ୍ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ କରାଯାଇଛି। OCA ସମ୍ପାଦକ ସଞ୍ଜୟ ବେହେରା ରବିବାର ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ଭକ୍ତି ଓ ସମ୍ମାନର ସହ ମ୍ୟାଚର ପ୍ରଥମ ଟିକେଟ୍ ଭେଟି ଦେଇଛନ୍ତି।ଆସନ୍ତା ଡିସେମ୍ବର ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଏହି ଆନ୍ତର୍ଜାତିକ ମ୍ୟାଚ୍‌ର ସୁରୁଖୁରୁ ଓ ସଫଳ ଆୟୋଜନ ପାଇଁ ସେ ପ୍ରଭୁ ଜଗନ୍ନାଥଙ୍କର ଦିବ୍ୟ ଆଶୀର୍ବାଦ କାମନା କରିଛନ୍ତି। ବେହେରା ମହାପ୍ରଭୁଙ୍କ ଶ୍ରୀଚରଣରେ ଏହି ଟିକେଟ୍‌କୁ ଏକ ସାଙ୍କେତିକ ନିମନ୍ତ୍ରଣ ଭାବରେ ସମର୍ପଣ କରିଛନ୍ତି।ଏହି ସ୍ୱତନ୍ତ୍ର ଅବସରରେ ପୁରୀ ଜିଲା ଆଥଲେଟିକ୍ ଆସୋସିଏସନର ସମ୍ପାଦକ ରବିଶଙ୍କର ପ୍ରତିହାରୀ ଏବଂ OCA ସଦସ୍ୟ ସନ୍ତୋଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *