ରାଜଧାନୀ ଦିଲ୍ଲୀରେ ଭାଗବତ କଥାମୃତ ପ୍ରବଚନରେ ଆପ୍ୟାୟିତ ହେଲେ ପ୍ରବାସୀ ଓଡ଼ିଆ

ରାଜ୍ୟ
Spread the love

ଝଙ୍କଡ଼ :  ନୂଆଦିଲ୍ଲୀ ହାଉଜ ଖାସ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ, ଶ୍ରୀ ନୀଳାଚଳ ସେବାସଙ୍ଘ ଆନୁକୂଲ୍ୟରେ ଆୟୋଜିତ ଶ୍ରୀମଦ ଭାଗବତ ପରାୟଣ ପ୍ରବଚନ କାର୍ଯ୍ୟକ୍ରମ ଗତ ଏପ୍ରିଲ ଆଠତାରିଖ ଠାରୁ ଆରମ୍ଭହୋଇ ଆସନ୍ତା ମହାବିଷୁବ ପଣାସଂକ୍ରାନ୍ତି ଚଉଦ ତାରିଖ ଦିନ ଉଦଯାପିତ ହେବାକୁ ଯାଉଛି | ଏଥିରେ ଧାରାବାହିକ ପ୍ରବକ୍ତା ଭାବରେ, ବାଣୀକ୍ଷେତ୍ର ଜଗତସିଂହପୁରଜିଲ୍ଲା, ନାଉଗାଁ, ତିହୁଡା ଗୁରୁକୃପା ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ତଥା ଶ୍ରୀ ଜଗନ୍ନାଥ ସଂସ୍କୃତି ର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରେ ଭାଗବତ ଭାବଧାରା ର ପ୍ଲାବନ ସୃଷ୍ଟିକରିଥିବାରୁ, ଓଡିଶାର ବହୁ ଭାଗବତ ପ୍ରଚାର ସମିତି ଓ ଜଗନ୍ନାଥ ପାଞ୍ଚରାତ୍ର କମିଟିର ସମସ୍ତ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି | ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବାବାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି |

ତେବେ ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ମହାମହିମ ରାଷ୍ଟ୍ରପତିଙ୍କ ଅତିରିକ୍ତ ମିଡ଼ିଆ ସଚିଵ ବିଜୟ କୁମାର ନାୟକ, ଓ ରାଜନୈତିକ ସଚିଵ ସୁରତ ମହନ୍ତ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ କୁମାର ଷଡ଼ଙ୍ଗୀ, ଶ୍ରୀନୀଳାଚଳ ସେବାସଙ୍ଘ ର ସଭାପତି ରବୀନ୍ଦ୍ର ପ୍ରଧାନ, ଉପସଭାପତି ଗଜେନ୍ଦ୍ର ସାମନ୍ତ, କୋଷାଧ୍ୟ୍ କ୍ଷ ଅଶୋକ ପ୍ରଧାନ, ବରିଷ୍ଠ ସଦସ୍ୟ ବାଳକୃଷ୍ଣ ପଣ୍ଡା, ବାବା ବୈକୁଣ୍ଠନାଥ ଭାଗବତ ସନ୍ଧ୍ୟା ର ସଭାପତି ନିର୍ମଳ ଚନ୍ଦ୍ର ଧଳ ଓ ବିପିନବିହାରୀ ଧଳ ପ୍ରମୁଖ ଏହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଦୁଇହଜାର ଏଗାର ମସିହାରୁ ବାବା ସତ୍ୟାନନ୍ଦ ଦାସମହାରାଜ ପ୍ରତିବର୍ଷ ଏଠାରେ ଜଗନ୍ନାଥ ପାଞ୍ଚରାତ୍ର ମାଧ୍ୟମରେ ଦିଲ୍ଲୀରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ଓ ଅଣଓଡ଼ିଆ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଜଗନ୍ନାଥଚେତନା ରେ ଅନୁପ୍ରାଣିତ କରିଆସିଥିବାରୁ ତାଙ୍କୁ କୃତଜ୍ଞତା ଓ ସାଧୁବାଦ ଜଣାଇଥିଲେ |

ତେବେ ଏହି କାର୍ଯ୍ୟକ୍ରମରେ ଓଡିଶାପଣ୍ଡିତ ବିଷ୍ଣୁନାରାୟଣ ପାଢ଼ୀ, ପଣ୍ଡିତ ଦେବଦତ୍ତ ଦାଶ ଭାଗବତ ପରାୟଣ କରୁଥିବା ବେଳେ ଅନନ୍ତକିଶୋର ରଥ ଓ ରଞ୍ଜିତ ମହାନ୍ତି ସଙ୍ଗୀତପରିଚାଳନା କରିଥିଲେ | କେନ୍ଦ୍ର ସତ୍ୟସେବାମଣ୍ଡଳର ସଦସ୍ୟ ଦେବେନ୍ଦ୍ରନାଥ ପରିଡା ଙ୍କ ସମେତ ସହସ୍ରାଧିକ ଭଗବତପ୍ରେମୀ ଜନସାଧାରଣ ଏଥିରେ ଅଂଶଗ୍ରହଣ କରିଥିଲେ | ଏଥିପାଇଁ ଜଗତସିଂହପୁର ଜଗନ୍ନାଥଭକ୍ତ ସମାଜର ସଭାପତି ଇଂ ବିଷ୍ଣୁଚରଣ ସ୍ୱାଇଁ, କଟକ ଭକ୍ତସମାଜର ସଭାପତି ଇଂ ପୂର୍ଣ୍ଣଚନ୍ଦ୍ର ସାହୁ, ରାହାମା ବାୟାବାବା ଭାଗବତ ପ୍ରଚାର ସମିତି ର ଆବାହକ ତଥା ମୁଖ୍ୟ ସଂଯୋଜକ ଡଃ ସୁନାକର ବେହେରା, ଓ ଝଙ୍କଡ଼ ସାରଳାପୀଠ ଭାଗବତ ପ୍ରଚାର କମିଟି ର କର୍ମକର୍ତ୍ତା ମାନେ ପୂଜ୍ୟବାବା ଙ୍କୁ କୃତଜ୍ଞତା ଓ ଅଭିନନ୍ଦନ ଜଣାଇଛନ୍ତି |

Leave a Reply

Your email address will not be published. Required fields are marked *