ମା ତାରିଣୀ , ବିରିବ|ଟି ଙ୍କ ପବିତ୍ର ଜନ୍ମ ଉତ୍ସବ ଉପଲକ୍ଷେ ପରିଷଦ ର ବୈଠକ

କଟକ ରାଜ୍ୟ
Spread the love

କଟକ, ୯/୧୨: ବିରିବାଟି ମା ତାରିଣୀ ପରିଷଦର ପବିତ୍ର ଜନ୍ମଉତ୍ସବ ବୈଠକ ତା -୭/୧୨/୨୦୨୫ ରବିବାର ଦିନ ମା’ଙ୍କ ପୀଠ ବିରିବାଟି ରେ ସଭାପତି ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ବିଶ୍ୱାଳ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି | ସର୍ବ ପ୍ରଥମେ ମାଙ୍କ ପାଦପଦ୍ମରେ ଦୀପ ପ୍ରଜ୍ବଳନ କରି ସଭା ଆରମ୍ଭ କରାଯାଇଥିଲା | ପ୍ରତି ବର୍ଷ ପରି ମାଙ୍କ ପବିତ୍ର ଜନ୍ମଉତ୍ସବ ତା – ୨୬/୧୨/୨୦୨୫ ଶୁକ୍ରବାର ଓ ହରିହାଟ ତା – ୨୭/୧୨/୨୦୨୫ ଶନିବାର ଦିନ ମହାଆଡମ୍ବରରେ ଳନ କରାଯିବା ପାଇଁ ନିଷ୍ପତି ନିଆଯାଇ ଥିଲା | ଚଳିତ ବର୍ଷ ମା ଙ୍କ ଭକ୍ତ ମାନଙ୍କର ମନଭିଷ୍ଟ ପୁରାଣ ପାଇଁ ନିଜର ପରିବାର ତଥା , ବାପା , ମାଆ , ସନ୍ତାନ ସନ୍ତତି ଙ୍କ ଜନ୍ମଦିନ ଉପଲକ୍ଷେ ଅଖଣ୍ଡ ଦୀପ ପ୍ରଜ୍ବଳନ ତଥା ପୂଜା ଅର୍ଚନା ପାଇଁ ନାମ ଗୋତ୍ର ଠିକଣା ସହ ସର୍ବନିମ୍ନ ଟଙ୍କ| ୧୦୦୧/- (ଏକହଜାର ଏକ ) ଅର୍ଘ୍ୟ ପ୍ରଦାନ କରିବା ପାଇଁ ନିବେଦନ କରାଯାଇଅଛି | ଶ୍ରଦ୍ଧାଳୁ ଭକ୍ତ ମାନେ ତା – ୨୪/୧୨/୨୦୦୫ ବୁଧବାର ସୁଧ| ମା ତାରିଣୀ ମନ୍ଦିରର କାର୍ଯାଳୟ ରେ ତଥା ନିମ୍ନରେ ପ୍ରଦତ୍ତ ସଭ୍ୟଙ୍କ ସହ ଯୋଗାଯୋଗ କରି , ଅର୍ଘ୍ୟ ପ୍ରଦାନ ରସିଦ ପୈଠ କରିବା ପ|ଇଁ ନିବେଦନ କରାଯାଇଅଛି | ଏହି ବୈଠକରେ ସଭାପତି ଯୁକ୍ତ ଗୋପାଳ ଚନ୍ଦ୍ର ବିଶ୍ୱାଳ, ସମ୍ପ|ଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାନ୍ତି , ବରିଷ୍ଠ ସଭ୍ୟ ଶ୍ରୀଯୁକ୍ତ କୁଞ୍ଜବିହାରୀ ଜେନା , ଶ୍ରୀଯୁକ୍ତ ହରେକୃଷ୍ଣ ମହନ୍ତ , ଶ୍ରୀଯୁକ୍ତ ବିଭୁତି ଭୂଷଣ ପ|ତ୍ର , ଶ୍ରୀଯୁକ୍ତ ଜନ୍ମେଞ୍ଜୟ ପରିଡା , ଶ୍ରୀଯୁକ୍ତ ରଜନୀକାନ୍ତ ସାହୁ , ଶ୍ରୀଯୁକ୍ତ ସମର କୁମାର ବେହେରା , ଶ୍ରୀଯୁକ୍ତ ସୁରଥ କୁମାର ଜେନା , ଯୁକ୍ତ ପ୍ରଦୀପ୍ତ କୁମାର ସାହୁ , ଶ୍ରୀଯୁକ୍ତ କ୍ଷେତ୍ରବାସୀ ସାହୁ , ଶ୍ରୀଯୁକ୍ତ ସୁଧାଂଶୁ ମୋହନ ରାଉତ , ଶ୍ରୀଯୁକ୍ତ ଶୁକଦେବ ବେହେରା , ଶ୍ରୀଯୁକ୍ତ ସୁଦୀପ୍ତ ପତି , ଶ୍ରୀଯୁକ୍ତ ତାପସରଞ୍ଜନ ମହାନ୍ତି ଓ ଶ୍ରୀଯୁକ୍ତ ଅଶିଷ କୁମାର ପତି ଉପସ୍ଥିତ ଥିଲେ | ଏହି ପବିତ୍ର ଜନ୍ମଉତ୍ସବ କୁ ସମ୍ପାଦନ କରିବା ପାଇଁ ମନ୍ଦିରର ପୂଜକ କବି ନନା , ଶିବ ନନା , ବାପି ନନା , ମାନସ ନନା , ଆଶିଷ ନନା ଙ୍କ ସହ ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହିବା ପାଇଁ ନିଷ୍ପତି ନିଆଯାଇ ଥିଲା | ଏହି କାର୍ଯ୍ୟକ୍ରମ ରେ ଭକ୍ତ ମାନେ ଯୋଗଦାନ ଓ ଅର୍ଘ୍ୟ ପ୍ରଦାନ ନିମନ୍ତେ ମନ୍ଦିରର ପୂଜକ ଶ୍ରୀଯୁକ୍ତ ଶିବପ୍ରସାଦ ମହାପାତ୍ର , ସମ୍ପ|ଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାନ୍ତି ଓ ବରିଷ୍ଠ ସଭ୍ୟ ଆଶିଷ କୁମାର ପାତି ଙ୍କୁ ଯୋଗାଯୋଗ କରିବା ପାଇଁ ନିବେଦନ କ ରାଯାଇଅଛି | ସର୍ବଶେଷରେ ଜଗତର କଲ୍ୟାଣ ନିମନ୍ତେ ମାଙ୍କ ପାଦପଦ୍ମ ରେ ଭକ୍ତି
ନୈବେଦ୍ୟ ଅର୍ପଣ କରିଯାଇ ବୈଠକ ସାଙ୍ଗ କରାଯାଇଥିଲା |

Leave a Reply

Your email address will not be published. Required fields are marked *