ବାରବାଟୀରେ ଭାରତର ବଡ ବିଜୟ

କଟକ ଖେଳ ରାଜ୍ୟ
Spread the love

କଟକ, ୯/୧୨: ବାରବାଟୀରେ ଭାରତର ବଡ ବିଜୟ । ୧୦୧ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା । ୭୪ରେ ଦକ୍ଷିଣ ଆଫ୍ରିକା ଅଲ୍‌ ଆଉଟ୍‌ ।

ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ପରାସ୍ତ କରିଛି ମେନ୍ ଇନ୍ ବ୍ଲୁ । ଭାରତୀୟ ବୋଲରଙ୍କୁ ସାମ୍ନା କରି ପାରି ନଥିଲା ଦକ୍ଷିଣ ଆଫ୍ରିକା । ସ୍ଥିତି ଏପରି ହେଲା ଯେ ଶହେ ରନ୍ ଛୁଇଁ ପାରି ନଥିଲା ପ୍ରତିପକ୍ଷ ଟିମ୍ । ମାତ୍ର ୭୪ରେ ଦଳ ସମସ୍ତ ଓ୍ବିକେଟ୍ ହରାଇଥିଲା ।

ଭାରତ ପକ୍ଷରୁ ଦମଦାର ବୋଲିଂ କରି ଅର୍ଶଦିପ୍ ସିଂ, ଜସପ୍ରିତ୍ ବୁମରା, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଦୁଇଟି ଲେଖାଏଁ ଓ୍ବିକେଟ୍ ପାଇଥିବାବେଳେ ହାର୍ଦ୍ଦିକ୍ ପାଣ୍ଡ୍ୟା ଓ ଶୁଭମ୍ ଦୁବେ ଗୋଟିଏ ଲେଖାଏଁ ଓ୍ବିକେଟ୍ ହାସଲ କରିଛନ୍ତି । ଭାରତର ସମସ୍ତ ବୋଲର ଖୁବ୍ ଚମତ୍କାର ବୋଲିଂ କରିଥିଲେ । ଏବଂ ଓ୍ବିକେଟ୍ ଭାଗୀଦାରୀ ବି ସମାନ ରଖିଥିଲେ । ୧୭୫ ରନର ଟାର୍ଗେଟକୁ ପିଛା କରିଥିବା ଦକ୍ଷିଣ ଆଫ୍ରିକା ପ୍ରଥମ ବଲରେ ବଡ଼ ଝଟକା ପାଇଥିଲା । ଅର୍ଶଦୀପ୍ ନିଜ ପ୍ରଥମ ଓଭରର ଦ୍ବିତୀୟ ବଲରେ ଓ୍ବିକେଟ୍ ନେଇଥିଲେ । ଅର୍ଶଦୀପଙ୍କ ପ୍ରଥମ ଶିକାର ଥିଲେ କ୍ବିଣ୍ଟନ ଡ’କକ୍ । ତାଙ୍କୁ ଶୂନରେ ଆଉଟ୍ କରିଥିଲେ ଅର୍ଶଦୀପ । ଏହାପରେ ନିୟମିତ ବ୍ୟବଧାନରେ ଓ୍ବିକେଟ୍ ହରାଇ ଚାଲିଥିଲା ଭ୍ରମକାରୀ ଦଳ । ସ୍ଥିତି ଏମିତି ହୋଇଥିଲା ଯେ ମାତ୍ର ୭୪ ରନରେ ଦକ୍ଷିଣ ଆଫ୍ରିକା ସମସ୍ତ ଓ୍ବିକେଟ୍ ହରାଇଥିଲା ।

Leave a Reply

Your email address will not be published. Required fields are marked *