ହାଟଡିହି, ୯/୧: ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ପୁଅ ବିକାଶ ଧଳ ଜାତୀୟସ୍ତରରେ ଗ୍ରାମ ଓ ଅଞ୍ଚଳର ସମ୍ମାନ ବଢ଼ାଇଛନ୍ତି। ସିଆରପିଏଫର ଆରଟିସି ଆଭାଡି (ତାମିଲନାଡୁ) ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇ ଜି, ସିଆରପିଏଫ୍ ଙ୍କ ହାତରୁ ‘ଶ୍ରେଷ୍ଠ ଶାରୀରିକ ପ୍ରଶିକ୍ଷକ ପୁରସ୍କାର ପାଇ ସମ୍ମାନିତ ହୋଇଛନ୍ତି। ବିକାଶ ଢାଲଙ୍କ ଏହି ସଫଳତାରେ ବଞ୍ଚୋ ଗ୍ରାମ ସହ ସମଗ୍ର ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ଏହି ଉପଲକ୍ଷେ ବରିଷ୍ଠ ରାଜନେତା ମାର୍କଣ୍ଡ ଓଝା, ସାମାଜିକ କର୍ମୀ ବିଶ୍ୱରଞ୍ଜନ ବିଶ୍ୱାଳ, ସଞ୍ଜୟ ରାଉତ ଓ ଅନେକ ଗଣମାନ୍ୟ ବ୍ୟକ୍ତି ବିକାଶ ଢାଲଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।ତାଙ୍କର କର୍ତ୍ତବ୍ୟ ନିଷ୍ଟ ଦୃଢ଼ ପରିଶ୍ରମ ଓ ସର୍ବୋତ୍ତମ ଶାରୀରିକ ପ୍ରଶିକ୍ଷଣ କ୍ଷେତ୍ରରେ ଦକ୍ଷତା ଯୁବପୀଢି ପାଇଁ ପ୍ରେରଣା ହେବ ବୋଲି ଶୁଭେଚ୍ଛୁ ମାନେ କହିଛନ୍ତି l
