ଗଛରେ ପିଟି ହୋଇ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ : ଚାଳକ ମୃତ

କଳାହାଣ୍ଡି ରାଜ୍ୟ
Spread the love

କଳାହାଣ୍ଡି,୯/୧:ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବୋରଗୁଡା ଛକ ନିକଟରେ ଭାରସାମ୍ୟ ହରାଇ ଏକ ଆମ୍ବଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି ଏକ(ଓଡି-୦୫-ଏସି-୭୧୬୧)କୋଇଲା ବୋଝେଇ ଟ୍ରକ। ଏଥିରେ ଚାଳକ ଜଣକ ଟ୍ରକରେ ଚାପି ହୋଇ ମୃତ୍ୟୁ ଘଟିଛି। ଆଜି ସକାଳ ପ୍ରାୟ ୯ଟା ସମୟରେ ତାଳଚେରରୁ କୋଇଲା ବୋଝେଇ କରି ଟିକିରିକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟ୍ରକ ଚଳାଉଥିବା ଜଗନ୍ନାଥ ମିଶ୍ର (୩୫) ଟ୍ରକ ଭିତରେ ଚାପି ହୋଇ ପ୍ରାଣ ହରାଇଥିଲେ। ଏ ସମ୍ପର୍କରେ ଖବର ପାଇ ବିଶ୍ୱନାଥପୁର ପୁଲିସ ଘଟଣାସ୍ଥଳରେ ପହଂଚିଥିବାବେଳେ ଅଗ୍ନିଶମ ବିଭାଗର ସହାୟତାରେ ଦୀର୍ଘ ପାଞ୍ଚଘଣ୍ଟା ପରେ ଶବ ଉଦ୍ଧାର କରାଯାଇଥିଲା। ମୃତ ଜଗନ୍ନାଥ ହିଁ ଟ୍ରକର ମାଲିକ ଓ ତାଙ୍କ ଘର କଟକ ଜିଲ୍ଲା ବଡ଼ମ୍ବା ନରସିଂହପୁର ବୋଲି ଜଣାପଡ଼ିଛି। ପରିବାର ଲୋକେ ପହଞ୍ଚିବା ପରେ ଶବ ବ୍ୟବଛେଦ ଓ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *