ଦୁର୍ଘଟଣାରେ ଯାତ୍ରା କଳାକାରଙ୍କ ମୃତ୍ୟୁ

କେନ୍ଦୁଝର ରାଜ୍ୟ
Spread the love

ହାଟଡ଼ିହି, ୯/୧: ହାଟଡ଼ିହି ବ୍ଲକ ନନ୍ଦିପଦା ଥାନା ଅଧୀନ ବେତିରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ସ୍ଥାନୀୟ ଅଞ୍ଚଳର ଯାତ୍ରା କଳାକାରଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବଡ଼ରମ୍ପାସ ଗ୍ରାମର ସ୍ବର୍ଗତଃ ବିମ୍ବାଧର ସ୍ବାଇଁଙ୍କ ପୁଅ କାହ୍ନୁ ଚରଣ ସ୍ବାଇଁ(୫୦) ତାଙ୍କର ଜଣେ ସାଙ୍ଗ ସହ ଭଦ୍ରକରୁ ଘରକୁ ଫେରିବା ବେଳେ ବେଡିରା ନିକଟରେ ଭାରସାମ୍ୟ ହରାଇ ବାଇକରୁ ପଡି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଉଦ୍ଧାର କରି ଆନନ୍ଦପୁର ମେଡ଼ିକାଲକୁ ପଠାଇଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ନନ୍ଦିପଦା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାକୁ ନେଇ ତଦନ୍ତ ଚଳାଇଛି। କାହ୍ନୁଙ୍କ ସାଙ୍ଗରେ ଥିବା ତାଙ୍କର ସାଙ୍ଗଙ୍କ ପରିଚୟ ଏଯାଏଁ ସ୍ପଷ୍ଟ ହୋଇପାରିନି ।

Leave a Reply

Your email address will not be published. Required fields are marked *