ଜେନାପୁର, ୯/୧ ; ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜେନାପୁର ପଞ୍ଚାୟତ ଅଧିନ ଏରଷଣ୍ଢା ଗ୍ରାମର କେଶବ ସ୍ୱାଇଁଙ୍କ ପୁଅ ସନ୍ତୋଷ ସ୍ୱାଇଁ (୪୦)ଙ୍କର ଗତ ଏକ ବର୍ଷ ହେବ ମଷ୍ତିକ ବ୍ୟଧିତ ରୋଗରେ ପୀଡିତ ହୋଇ କଟକ ବଡ ମେଡିକାଲ୍ ରେ ଚିକିତ୍ସିତ ହୋଇଆସୁଛନ୍ତି । ଆର୍ଥିକ ଅଭାବରୁ ଔଷଧ କିଣିବା ଓ ଚିକିତ୍ସା କରିବାରେ ବହୁତ ଅବହେଳାର ଶିକାର ହୋଇଛନ୍ତି । ଏହି ଖବର ପାଇବା ପରେ ଅନୁସନ୍ଧାନ ପୂର୍ବକ ପ୍ରତିଷ୍ଠାତା ଓ ସମ୍ପାଦକ ଯୁବ ସମାଜସେବୀ ଶୁଭକାନ୍ତ ବରାଳଙ୍କ ପରାମର୍ଶ କ୍ରମେ ସ୍ୱର୍ଣ୍ଣପ୍ରଭା ସେବା ସଙ୍ଗଠନ ପକ୍ଷରୁ ୨ ମାସ ପାଇଁ ରାସନ ଓ କିଛି ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ସେହିପରି ସନ୍ତୋଷ ଜଣେ ଦିନ ମଜୁରିଆ ହୋଇଥିଲା ବେଳେ ୨ ପୁଅ ସ୍ତ୍ରୀ କୁ ନେଇ ପରିବାର । ପରିବାରର ମୁଖ୍ୟ ହୋଇଥିଲା ବେଳେ ହାତଗୋଡ ବନ୍ଦ ହୋଇଯିବାରୁ ଚଳିବା ବହୁତ କଷ୍ଟ ହୋଇପଡୁଛି । ଦୁଇପୁଅ ପାଠପଢିବା ସାଙ୍ଗକୁ ଔଷଧ କିଣିବା ଓ ଚିକିତ୍ସା ପାଇଁ ବହୁତ ହଇରାଣ ହରକତ ହେଉଛନ୍ତି । ଚିକିତ୍ସାରେ ଧାରକରଜ କରି ଲକ୍ଷ୍ୟାଧିକ ଟଙ୍କା ସରିବା ପରେ ବି ଚିକିତ୍ସାର ସୁଧାର ହେଉନାହିଁ । ସଜ୍ୟାସାଇ ଥିବା ବେଳେ ଚାଲିବା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ । ଅସହାୟ ଯନ୍ତ୍ରଣାରେ ପୀଡିତ ଦୁଃଖର ଲାଘବ ପାଇଁ ଘରେ ପହଞ୍ଚି ସଙ୍ଗଠନ ପକ୍ଷରୁ ରାସନ୍ ଓ କିଛି ଆର୍ଥିକ ସହଯୋଗ କରିଥିଲେ । ଏପରି ସେବା ମୂଳକ କାର୍ଯ୍ୟ ଦେଖି ସ୍ଥାନୀୟ ଗ୍ରାମବାସୀମାନେ ଭୂୟଶ୍ରୀ ପ୍ରଶଂସା କରିବା ସହ ଅନୁଷ୍ଠାନ କୁ ଧନ୍ୟବାଦ୍ ଜଣାଇଥିଲେ । ଏଥିରେ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।
