8edb277d E1ac 4b2d 9b20 1dc1531a03be

ଜାମିଆ ଅଲ୍ ହବିବରେ ସ୍ଵାଧୀନତା ଦିବସ ପାଳନ

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ଼ :   ତିର୍ତ୍ତୋଲ ବ୍ଲକ ବିରିତୋଳ ପଞ୍ଚାୟତ ଅନ୍ତର୍ଗତ ରସୁଲପୁର ସ୍ଥିତ ଏକ ଆଦର୍ଶ ଆବାସିକ ଶିକ୍ଷାନୁଷ୍ଠାନ ଜାମିଆ ଅଲ୍ ହବିବ୍ ପରିସରରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ଶେଖ୍ ଲତିଫ ଉଦ୍ଦିନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ପରେ ମଦ୍ରାସା ର କାର୍ଯ୍ୟନିର୍ବାହୀ ଅଧିକାରୀ ମୌଲାନା ଶେଖ୍ ରିୟାଜତ୍ ହୋସେନ୍ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅନୁଷ୍ଠାନ ର ଅଧ୍ୟକ୍ଷ ଙ୍କ ସମେତ ସମସ୍ତ ଶିକ୍ଷକ, ଛାତ୍ର ଓ ଅନ୍ତେବାସୀ ମାନଙ୍କ ସହିତ ସ୍ଥାନୀୟ ଅଞ୍ଚଳର ବହୂ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଭାରତବର୍ଷର ଏକତା ଓ ଅଖଣ୍ଡତା କୁ ବଜାୟ ରଖିବା ପାଇଁ ଆମକୁ ଏକ ହେବାକୁ ପଡ଼ିବ ଓ ଦେଶ ମାତୃକା ର ସେବାରେ ନିଜକୁ ଉତ୍ସର୍ଗ କରି ବାକୁ ହେବ ବୋଲି ନିଜ ନିଜର ବକ୍ତବ୍ୟ ରେ ଆବେଗପୂର୍ଣ୍ଣ ଆହ୍ଵାନ ଦେଇଥିଲେ ।

Cb8ffcfb 6d3b 4a6b A8e0 1fbea7949d8c

ଏହି ଅବସରରେ ସାଧାରଣଜ୍ଞାନ ପ୍ରତିଯୋଗିତା ରେ କୃତିତ୍ବ ଲାଭ କରି ଥିବା ଛାତ୍ର ମାନଙ୍କୁ ମଧ୍ୟ ସେମାନଙ୍କ ର ପ୍ରତିଭା ପାଇଁ ସମ୍। ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ମୌଲାନl ଆସିକ୍ ଖାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *