Image 8

ନିଖୋଜ ୟୁଟ୍ୟୁବରଙ୍କ ପତ୍ତା ମିଳିଲା: ସୁରକ୍ଷିତ ଥିବା ସୂଚନା

ରାଜ୍ୟ
Spread the love

ଦିଗପହଣ୍ଡି: ନିଖୋଜ ୟୁଟ୍ୟୁବର୍ ନରେନ୍ଦ୍ର ସାହୁଙ୍କ ମିଳିଲା ପତ୍ତା। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ ମାରମାରିଆ ଗାଁରେ ୟୁଟ୍ୟୁବର୍ ଥିବା ସୂଚନା। ଗାଁର ଆଦିବାସୀଙ୍କ ଗହଣରେ ୟୁଟ୍ୟୁବର୍‌ ସୁରକ୍ଷିତ ଥିବା ସୂଚନା। ଗତ ରବିବାରଠୁ ନିଖୋଜ ଥିଲେ ଟ୍ୟୁବର୍ ନରେନ୍ଦ୍ର ସାହୁ। ଜରଡ଼ା ଥାନା ବୁରାତାଳ ପିକ୍‌ନିକ୍‌ ସ୍ପଟ୍‌ରୁ ନିଖୋଜ ହୋଇଥିଲେ। ଆଜି ମାରମାରିଆ ଗାଁକୁ ଯାଇ ୟୁଟ୍ୟୁବର୍‌କୁ ଆଣିବ ପୋଲିସ।

ସୂଚନା ଥାଉକି ବଣଭୋଜି କରିବାକୁ ଯାଇ ୟୁଟ୍ୟୁବର ନିଖୋଜ ହୋଇଯାଇଥିଲେ। ନରେନ୍ଦ୍ର ସାହୁଙ୍କ ଘର ପୋଲସରା ଥାନା ଅନ୍ତର୍ଗତ କଳମ୍ବ ଗାଁରେ। ଗଞ୍ଜାମ ଜିଲ୍ଲା ପାତ୍ରପୁରର ବୁରାତାଲ ପଞ୍ଚାୟତ ପର୍ଯ୍ୟଟନ ସ୍ଥଳ ମହେନ୍ଦ୍ରଗିରି ପର୍ବତର ପାଦଦେଶରେ ଥିବା ବାରହା ପଥର ଜଳପ୍ରପାତକୁ ବଣଭୋଜି କରିବାକୁ ଯାଇ ସେ ନିଖୋଜ ଥିଲେ। ସେ ୟୁଟ୍ୟୁବ ଓ ଫେସବୁକରେ ବ୍ଳଗ କରିବା ସହିତ ବ୍ରହ୍ମପୁର ସହରରେ ଗ୍ରୋସରୀ ହୋମ୍ ଡେଲିଭେରି କମ୍ପାନୀରେ କାମ କରନ୍ତି।

ଗତ ରବିବାର ଦିନ ସେ ଓ ଜକର ଗାଁର ତାଙ୍କ ସାଙ୍ଗ “ଗଞ୍ଜାମ ଟୋକା” ଫେସବୁକ ବ୍ଳଗର ଶଙ୍କର୍ଷଣ ନାହାକଙ୍କ ସହିତ ଅନ୍ୟ ଦୁଇ ଜଣ ଯୁବକ ମିଶି ବାରହା ପଥରକୁ ଭୋଜି କରିବାକୁ ଯାଇଥିଲେ। ସନ୍ଧ୍ୟା ସମୟରେ ଟେଣ୍ଟ ବାନ୍ଧି ରୋଷେଇ ସରିବା ପରେ ନରେନ୍ଦ୍ର ଶୌଚ ପାଇଁ ଯାଇ ଦୀର୍ଘ ସମୟ ଧରି ଫେରିନଥିଲେ। ଏହାପରେ ଅନ୍ୟ ସାଙ୍ଗ ମାନେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିପାରିନଥିଲା। ଜରଡା ଥାନା ପୋଲିସ ଓ ପାତ୍ରପୁର ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳିପାରିନଥିଲା।

 

Leave a Reply

Your email address will not be published. Required fields are marked *