Screenshot 2025 08 27 141705 750x430

ଆଶ୍ରମ ସ୍କୁଲ ଛାତରୁ ଖସି ଗ୍ରୀଲ୍ ଉପରେ ଲାଖି ରହିଲେ ନାବାଳକ

ରାଜ୍ୟ
Spread the love

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପୁରୁଣା ଗୁଣୁପୁର ଆଶ୍ରମ ସ୍କୁଲରେ ଅଘଟଣ। ଗଣେଶ ପୂଜା ପାଇଁ ଆସିଥିବା ବେଳେ ଅଘଟଣର ଶିକାର ହେଲେ ନାବାଳକ। ଛାତରୁ ଖସି ଲୁହା ଗ୍ରୀଲ୍‌ ଉପରେ ପଡି ଘଣ୍ଟାଏ ସମୟ ଧରି ଲାଖି ରହିଲେ ନାବାଳକ। ଉଦ୍ଧାର କଲେ ଅଗ୍ନିଶମ ବାହିନୀ। ଛାତ୍ର ଜଣଙ୍କ ତୃତୀୟ ଶ୍ରେଣୀରେ ପଢୁଥିବା ଜଣାପଡିଛି।

ସୂଚନା ମୁତାବକ, ରାୟଗଡ଼ା ଜିଲ୍ଲା ପୁରୁଣା ଗୁଣୁପୁର ଆଶ୍ରମ ସ୍କୁଲରେ ଗଣେଶ ପୂଜା ଚାଲିଥିଲା। ପିଲାମାନେ ଜଣେ ପରେ ଜଣେ ଆସି ଗଣେଶଙ୍କ ନିକଟରେ ନଡ଼ିଆ ବାଡାଉଥିଲେ। ତୃତୀୟ ଶ୍ରେଣୀର ଜଣେ ଛାତ୍ର ନଡିଆ ବାଡେଇବା ପରେ ସ୍କୁଲ କୋଠରୀରୁ ବାହାରି ରୋଷେଇ ଘର ଛାତ ଉପରେ ଚଢିଥିଲା। ସେଠାରେ ଗୋଡ ଖସିଯିବାରୁ ନିକଟରେ ଥିବା ଲୁହା ଗ୍ରୀଲ୍ ଉପରେ ପଡି ଯାଇଥିଲେ।

ଲୁହା ଗ୍ରୀଲ୍‌ରେ ଥିବା ମୁନିଆ ଛଡ଼ ଛାତ୍ରଙ୍କ ବାମ ଜଙ୍ଘରେ ପଶି ଯାଇଥିଲା। ଘଟଣାକୁ ନେଇ ସ୍କୁଲରେ ଚହଳ ପଡ଼ିବା ପରେ ଅଗ୍ନିଶମ ବାହିନୀ ଓ ଡାକ୍ତରୀ ଟିମ୍‌କୁ ଖବର ଦିଆଯାଇଥିଲା। ପ୍ରାୟ ୧ ଘଣ୍ଟା ପରେ ଛାତ୍ରକୁ ନିଶା ଇଞ୍ଜେକସନ ଦେଇ ଉଦ୍ଧାର କରାଯାଇଥିଲା। ସ୍କୁଲ କର୍ମଚାରୀଙ୍କ ଅବହେଳାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି।

 

Leave a Reply

Your email address will not be published. Required fields are marked *