ମା’ଙ୍କର ଜାତି ଆଧାରରେ ସନ୍ତାନଙ୍କୁ ମିଳିବ ଜାତି ପ୍ରମାଣପତ୍ର: ସୁପ୍ରିମକୋର୍ଟ

ଦେଶବିଦେଶ
Spread the love

ନୂଆ ଦିଲ୍ଲୀ, ୯/୧୨: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଶିକ୍ଷା ସହ ଜଡିତ ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । । ମାଆର ଜାତି ଆଧାରରେ ଝିଅକୁ ଏସସି ସାର୍ଟିଫିକେଟ୍ ମିଳିବ ବୋଲି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ରିପୋର୍ଟ ଅନୁସାରେ, ମାଡ୍ରାସ ହାଇକୋର୍ଟ ପଣ୍ଡିଚେରୀର ଜଣେ ଛାତ୍ରୀଙ୍କୁ ମାଆଙ୍କ ଜାତି ଆଧାରରେ ଜାତିଗତ ପ୍ରମାଣ ପତ୍ର ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।ଶୁଣାଣି ବେଳେ ପ୍ରଧାନ ବିଚାରପତି କହିଛନ୍ତି ଯେ, ଏବେ ସମୟ ବଦଳୁଛି । ମାଆଙ୍କ ଜାତି ଆଧାରରେ ଜାତି ପ୍ରମାଣପତ୍ର ଜାରି କଲେ କିଛି ଅସୁବିଧା ନାହିଁ । ଏହାଦ୍ୱାରା ଭବିଷ୍ୟତରେ ଅନ୍ୟ ଅନୁସୂଚିତ ଜାତିର ମହିଳାଙ୍କ ସନ୍ତାନଙ୍କୁ ମଧ୍ୟ ଏସସି ପ୍ରମାଣପତ୍ର ମିଳିପାରିବ । ପିତା ଉଚ୍ଚ ଜାତିର ହୋଇଥିଲେ ମଧ୍ୟ ମାଆଙ୍କ ଜାତି ଆଧାରରେ ସନ୍ତାନକୁ ପ୍ରମାଣପତ୍ର ମିଳିବ ।

ତେବେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟର ନିୟମ ଅନୁସାରେ, ଜାତି ପ୍ରମାଣପତ୍ର ଦେବା ସମୟରେ ପିତାଙ୍କ ଜାତି ଏବଂ ବାସସ୍ଥାନକୁ ପ୍ରାଥମିକତା ଦିଆଯିବ । ଏବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପୂର୍ବ ନିୟମକୁ ଚ୍ୟାଲେଞ୍ଜ୍ କରିଛି । ଯାହା ଆଗାମୀ ଦିନରେ ପୁରୁଣା ନିୟମରେ ପରିବର୍ତ୍ତନ କରିପାରେ ।

Leave a Reply

Your email address will not be published. Required fields are marked *