ଉଚ୍ଚନ୍ୟାୟାଳୟ ର ନିର୍ଦ୍ଦେଶ ପରେ, ରାସ୍ତା ଜବରଦଖଲ ର ମାପଚୁପ ହେଲା

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼, ୯/୧୨: ତିର୍ତ୍ତୋଲ ବ୍ଲକ, ଗରାମ ପଞ୍ଚାୟତ ଅଧିନ ଖଣ୍ତକୋପାଳ ଗ୍ରାମର ଉତ୍ତମ ବାରିକ ନାମକ ଜଣେବ୍ୟକ୍ତି ସରକାରୀ ରାସ୍ତା ଉପରେ, ଜବରଦଖଲ କରି ବାରଣ୍ଡା ନିର୍ମାଣ କରିଥିବାରୁ, ଦୀର୍ଘ ଦୁଇଦଶନ୍ଧି ଧରି ଏଠାରେ ସରକାରଙ୍କ ଅନୁଦାନ ରେ କଂକ୍ରିଟରୋଡ଼ ନିର୍ମାଣ ହୋଇ ପାରିନଥିଲା l ଏହାର ପ୍ରତିବାଦ ରେ ଆଖପାଖ ତୁଳଙ୍ଗ, ଜଗନ୍ନାଥପୁର, ଗୋବିନ୍ଦପୁର ଆଦି ଚାରି ପଞ୍ଚାୟତ ର ଅଧିବାସୀ ମାନେ ବାରମ୍ବାର ରାଜସ୍ବନିରୀକ୍ଷକ ଙ୍କ କାର୍ଯ୍ୟାଳୟ, ତିର୍ତ୍ତୋଲ ତହସିଲ ଅଫିସ ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଦୋୖଡି ଦୌଡ଼ି ନାକେଦମ ହେବାକୁ ପଡିଥିଲା l ଶେଷରେ ନିରୁପାୟ ହୋଇ ଗ୍ରାମବାସୀମାନେ ଉପଯୁକ୍ତ ନ୍ୟାୟ ପାଇବା ପାଇଁ ଆବେଦନ କରିବା ପରେ ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଦେଶକ୍ରମେ ଓ ଜଗତସିଂହପୁର ଉପଜିଲ୍ଲାପାଳ ଙ୍କ ଆଦେଶ ଅନୁଯାଇ, ଗତ ଡିସେମ୍ବର 9 ତାରିଖ ମଙ୍ଗଳବାର ଦିନ ଏଗାରଟା ବେଳେ ଚୂଡାନ୍ତ ମାପଚୁପ ହେବ ବୋଲି ନୋଟିସ ହୋଇଥିବା ବେଳେ ଦୀର୍ଘ ଅଢେଇଘଣ୍ଟା ପରେ, ଆର ଆଇ ପୁରୁଷୋତ୍ତମ ସେଠି ଓ ସରକାରୀ ଅମିନ ଗାଲୁ ମାଝି ଓ ଜଣେ ସହଯୋଗୀ ଙ୍କୁ ନେଇ ସେଠାରେ ପହଞ୍ଚିବା ପରେ ଘଣ୍ଟାଘଣ୍ଟା ଧରି ଅପେକ୍ଷାରେ ଥିବା ସ୍ଥାନୀୟ ଜନପ୍ରତିନିଧି ଓ ଅଧିବାସୀ ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା l ମୁରବିଶ୍ରେଣୀୟ ଲୋକମାନେ ଆପୋଷ ବୁଝାସୁଝା କରିବା ପରେ ଅପରାହ୍ନରେ ମାପଚୁପ କରାଯାଇ, ସବୁଥର ଭଳି ସେହି ଜବରଦଖଲ ସ୍ଥାନ ନିରୂପଣ କରାଯାଇ କିଳା ପୋତା ଯାଇଥିଲା l ତେବେ ସବୁଥର ଭଳି ଏଥର ମଧ୍ୟ ଏହି ଜବରଦଖଲ କୁ ହଟାଯିବ ନାଁ ପୂର୍ଵପରି କେବଳ ମାପଚୁପ ରେ ରହିଯିବ ବୋଲି ଗ୍ରାମବାସୀ ଓ ଜନପ୍ରତିନିଧି ମାନେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଙ୍କ ସମ୍ମୁଖ ରେ ନିଜନିଜର ପ୍ରତିକ୍ରିୟା ପ୍ରକାଶ କରିଅଛନ୍ତି l ତଥାପି ଦୀର୍ଘ କୋଡିଏବର୍ଷ ପରେ ଉଚ୍ଚନ୍ୟାୟାଳୟ ର ନିର୍ଦ୍ଦେଶ ରେ ଏହି ଚୂଡାନ୍ତ ମାପଚୁପ ହୋଇଥିବାରୁ ସାଧାରଣରେ ଆଶ୍ବସ୍ତି ପ୍ରକାଶ ପାଇଛି l ତେବେ ଏହି ମାପଚୁପ ସମୟରେ ଗରାମ ସରପଞ୍ଚ ପ୍ରଦ୍ୟୁମ୍ନ କେଶରୀ ଚଇନି, ସମିତିସଭ୍ୟ ଉମେଶ ଚନ୍ଦ୍ର ବାରିକ, ଜଗନ୍ନାଥପୁର ସରପଞ୍ଚ ସୁଶାନ୍ତ କୁମାର ନାୟକ, ନମିନି ଶେଖ ରଫିକ ଉଦ୍ଦିନ, ନିକୁଞ୍ଜ କିଶୋର ଶତପଥୀ, ମାନବାଧିକାର କର୍ମୀ ସତ୍ୟବ୍ରତ ଶତପଥୀ, ସ୍ଥାନୀୟ ଅମିନ ରାଜକିଶୋର ପ୍ରଧାନ, ପ୍ରଦ୍ୟୁମ୍ନ ତ୍ରିପାଠୀ, ଗଗନ ଖଣ୍ଡୁଆଳ, ଜଗବନ୍ଧୁ ସାହୁ, କାଳନ୍ଦୀ ଶତପଥୀ, ଯଦୁମଣି ବାରିକ, ପ୍ରଶାନ୍ତ ପଣ୍ଡା ଓ ରଶ୍ମିରଞ୍ଜନ ଶତପଥୀ ଙ୍କ ସମେତ ସମସ୍ତ ଗ୍ରାମବାସୀ ଓ ଜବରଦଖଲକାରୀ ଉତ୍ତମ ବାରିକ ମଧ୍ୟ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା l ତେବେ ଦେଖିବାଜୁ ବାକିରହିଲା, ସରକାରଙ୍କ ତରଫରୁ କେବେ ଉଛେଦ ହେଉଛି, ପବ୍ଲିକରାସ୍ତା ଉପରେ ଥିବା ଜବରଦଖଲ ଆଉ କେବେ ନିର୍ମାଣ ହେବାକୁ ଯାଉଛି ଅଧାପନ୍ତୁରିଆ ହୋଇ ପଡିରହିଥିବା କଂକ୍ରିଟ ରାସ୍ତା ?

Leave a Reply

Your email address will not be published. Required fields are marked *