ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ ଗରାମ ପଞ୍ଚାୟତ ଅଧିନ ବ୍ରହ୍ମପୁର ସ୍ଥିତ ବାବା ହରିହର ଙ୍କ ପୀଠରେ ଦରିଦ୍ରନାରାୟଣ ସେବାସଂଘର ତୃତୀୟ ଅଧିବେଶନ ସ୍ଥାୟୀ ସଭାପତି ଧୁନଚନ୍ଦ୍ର ସେନାପତି (ହରେକୃଷ୍ଣ ) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ସ୍ୱତନ୍ତ୍ରଅତିଥି ଭାବେ ବାବୁରାମ ଚୌଧୁରୀ, ନବୀନ ପ୍ରଧାନ ଓ ପ୍ରଫୁଲ୍ଲ ମହାପାତ୍ର ଯୋଗଦେଇଥିବା ବେଳେ, ସମ୍ପାଦକ ଦିଗମ୍ବର ରାଉତ, ବିବରଣୀପାଠ କରିଥିଲେ |
ଏହି ବୈଠକ ରେ ଗରାମ ସରପଞ୍ଚ ପ୍ରଦ୍ୟୁମ୍ନ କେଶରୀ ଚଇନି, ସଂଘର ଉପସଭାପତି ସଚ୍ଚିଦାନନ୍ଦ ବେହେରା, କୋଷାଧ୍ୟକ୍ଷ କୁମରବର ସେନାପତି ଙ୍କ ସମେତ ପହଲ୍ଲାଦ ନାୟକ, ନିରଞ୍ଜନ ବେଉରା, ଦେବେନ୍ଦ୍ର ଜେନା, ନାରାୟଣ ପଣ୍ଡା, ରାଜକିଶୋର ଦାଶ, ରବୀନ୍ଦ୍ର ନାଥ ସିଂହ, ଧ୍ରୁବଚରଣ ଦତ୍ତ, ଅନ୍ନଦା ବିଶ୍ୱାଳ, କ୍ଷୀରୋଦ ମହାନ୍ତି, ଓ ରବିନାରାୟଣ ପଣ୍ଡା ଯୋଗଦେଇ, ଏହି ସେବାସଂଘର ଲକ୍ଷ, ଆଭିମୁଖ୍ୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ସହିତ ଅନୁଷ୍ଠାନ କୁ ସୁଦୂର ପ୍ରସାରି କରିବାନିମନ୍ତେ ନିଜନିଜର ଗଠନମୂଳକ ପ୍ରସ୍ତାବ ଆଗତ କରିଥିଲେ |
ଏହି ଅବସରରେ କେତେକ ଗରିବ ଅସହାୟ ଲୋକମାନଙ୍କୁ ନୂତନବସ୍ତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା | ଆଗାମୀ ବୈଠକ ଗରାମ ନୀଳମାଧଵ ଙ୍କ ପୀଠରେ ଅନୁଷ୍ଠିତ ହେବବୋଲି ସୂଚନା ଦିଆଯାଇଥିଲା | ଶେଷରେ ହାଡିବନ୍ଧୁ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |
