16704a65 988c 42dd 81c1 F6636d9516ab

ସାବିତ୍ରୀ ବେଭାର ନେଇ ଝିଅ ଘରକୁ ଯିବା ବାଟରେ ହୃଦ୍ ଘାତରେ ପରଲୋକ

ରାଜ୍ୟ
Spread the love

ଝଙ୍କଡ଼ :  ପ୍ରସିଦ୍ଧ ଝଙ୍କଡ଼ ସାରଳା ମନ୍ଦିରର ଭଣ୍ଡାରଘରିଆ ମୂରଲୀଧର ପଣ୍ଡା (୫୭) ଗତ ଶନିବାର ଦିନ ମାଆଙ୍କ ଭଣ୍ଡାର ରକ୍ଷକ ଭାବରେ ସୁଚାରୁ ରୁପେ ନୀତି କାନ୍ତି ସମ୍ପନ୍ନ କରିବା ପରେ, ନଜିମତ ପ୍ରସାଦ ବଣ୍ଟନ କରିସାରି, ନିଜ ସ୍ତ୍ରୀ ଙ୍କୁ ସାଙ୍ଗରେ ନେଇ, ଏକ ସ୍କୁଟିଗାଡ଼ିରେ ନିଜର ଝିଅ ସ୍ୱାଗତିକା ପଣ୍ଡା ଙ୍କ ସାବିତ୍ରୀ ବ୍ରତ ପାଳନ ନିମନ୍ତେ ଶାଢ଼ୀ ଫଳମୂଳ ଓ ଅନ୍ୟାନ୍ୟ ସାମଗ୍ରୀ ସହିତ ବାଲିକୁଦା ଅଞ୍ଚଳର ଅରାବୋଳ ଶାସନ ଗ୍ରାମ କୁ ଯିବା ବାଟରେ, କଟରା ପଞ୍ଚାୟତ ର ବେଗୁନିଆ ଗ୍ରାମର ଏକ ଟଣୀକ୍ ପାଖରେ ବିପରୀତ ଦିଗରୁ ଆସୁଥିବା ଲକ୍ଷ୍ମୀବସ କୁ ଦେଖି, ବ୍ରେକ୍ ମାରିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ହୃଦ୍ ଘାତ ରେ ସଂଜ୍ଞାହୀନ ହୋଇ ପଡ଼ିଥିଲେ।

ଘର ଲୋକମାନେ ଖବର ପାଇ ତାଙ୍କୁ ସ୍ଥାନୀୟ ମଣି ଜଙ୍ଗା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ। ମାଆଙ୍କ ଭଣ୍ଡାର ରକ୍ଷକ ଭାବରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ଓ ପାରଦର୍ଶିତା ଥିବାରୁ ତାଙ୍କର ଅକାଳ ବିୟୋଗରେ ମାଆଙ୍କ ବଡପଣ୍ଡା ପ୍ରଜ୍ଞାଦିପ୍ତ ପଣ୍ଡା, ପରିଚ୍ଛା ଦୁର୍ଗାଚରଣ ପଣ୍ଡା ଙ୍କ ସମେତ ତ୍ରିଲୋଚନ ରାଉଳ, ବିଜୟ କୁମାର ରାଉଳ , ରଞ୍ଜନ କୁମାର ରାଉଳ , ରମେଶ ଚନ୍ଦ୍ର ରାଉଳ , ପ୍ରଦୀପ୍ତ କୁମାର ପଣ୍ଡା, ପ୍ରମୋଦ କୁମାର ପଣ୍ଡା , ରଘୁନାଥ ପଣ୍ଡା, ଦୁର୍ଗା ଚରଣ ରାଉଳ , ନୃସିଂହ ଚରଣ ନାୟକ , ଦେବୀ ପ୍ରସାଦ ରାଉଳ , କ୍ଷୀରୋଦ କୁମାର ରାଉଳ ଓ ସାରଳା ଗବେଷକ ରମାକାନ୍ତ ରାଉଳ ପ୍ରମୁଖ ଗଭୀର ମର୍ମାହତ ହୋଇ ଶୋକ ପ୍ରକାଶ କରିଅଛନ୍ତି।

ଶାରଳା ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟରଞ୍ଜନ ପରିଜା, ପଦାଧିକାରୀ ବରଦା ପ୍ରସାଦ ମହାନ୍ତି , ଦୀପକ କୁମାର ପଣ୍ଡା, ପ୍ରିତମ୍ ମହାନ୍ତି ଙ୍କ ସମେତ ସମସ୍ତ କର୍ମଚାରୀ ମାନେ ମଧ୍ୟ ଗଭୀର ଶୋକ ପ୍ରକାଶ କରିବା ସହିତ, ତାଙ୍କର ଶୋକସନ୍ତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି। ଗ୍ରାମ୍ୟ ଶ୍ମଶାନ ରେ ଅନ୍ତେଷ୍ଟ କ୍ରିୟା ସମୟରେ ତାଙ୍କର ଏକମାତ୍ର ପୁଅ ଆଶୁତୋଷ ପଣ୍ଡା ମୁଖଗ୍ନି ଦେଇ ଥିଲେ।

Leave a Reply

Your email address will not be published. Required fields are marked *