Bfbe7ad7 A8ca 44e1 8601 5ee3186328d9

ଠିକାଦାରୀଙ୍କ ମନମାନି ଯୋଗୁଁ ୧୨ ନମ୍ବର ସାରଳା କେନାଲ ବନ୍ଧରାସ୍ତା ବିପଦ ଶଙ୍କୁଳ, ଯାତାୟାତ ବାଧାପ୍ରାପ୍ତ

ରାଜ୍ୟ
Spread the love

ଝଙ୍କଡ଼ :  କଟକ – ପାରାଦୀପ ରାସ୍ତାର ନୂଆପଡ଼ା ଠାରୁ ତାଳଦଣ୍ଡା କେନାଲରୁ ବାହାରିଥିବା ୧୨ ନମ୍ବର ସାରଳା କେନାଲ କାମ ଚାଲିଥିବା ବେଳେ, ଏହି କେନାଲବନ୍ଧ ରାସ୍ତା ଉପରେ ଠିକାଦାରୀ ସଂସ୍ଥା ଗଦା ଗଦା ମାଟି ପକାଇ ଥିବାରୁ , ବର୍ଷା ହେବା ପରେ ସେହି ମାଟି କାଦୁଅ ପିଚୁଉପରକୁ ମାଡି ଯାଇଛି। ଯାହା ଫଳରେ ଯାନବାହାନ ଚଳାଚଳ ତ ଦୂରର କଥା ଚାଲି ଚାଲି ଯିବା ଆସିବା କରିବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ମଣିଜଙ୍ଗା  – ଏରସମା ରାସ୍ତାର ନରୁଆ ଓ ଜଗନ୍ନାଥପୁର ଠାରୁ ଏହି କେନାଲବନ୍ଧ ରାସ୍ତା ଉପରେ ଉପରେ ପରଦିନ ଶହ ଶହ ଯାନବାହନ ଯାତାୟାତ କରିଥାନ୍ତି। ଯାହା ଫଳରେ ପ୍ରାୟ ୧୪/୧୫ କିଲୋମିଟର ରାସ୍ତା କମପଡିଥାଏ।

ଯେଉଁ ଠିକାଦାର ମାନେ ଏହି କେନାଲ କାମ କରୁଛନ୍ତି, ସେମାନେ ବେପରୁଆ ଭାବରେ କେନାଲ ଭିତରୁ ମାଟି ତାଡ଼ି ରାସ୍ତା ଉପରେ ପକାଇ ଦେଉଛନ୍ତି। ଯଦି ଏହି କେନାଲବନ୍ଧ ରାସ୍ତା ଉପରୁ ମାଟି କୁ ପୋଛି ନିଆଯାଆନ୍ତା ତେବେ ଲୋକମାନଙ୍କ ସମେତ ଯାନବାହାନ ଗୁଡ଼ିକ ମଧ୍ୟ ଯାତାୟାତ କରି ପାରନ୍ତେ । ବିଶେଷ କରି ଏହି ରାସ୍ତା ଦେଇ ଅନ୍ୟତମ ପ୍ରସିଦ୍ଧ ବିଭୂତି କ୍ଷେତ୍ର ବାବା ଗୋରେଖନାଥ ଙ୍କ ମଠକୁ ମଧ୍ୟ ଯାତାୟାତ କରିବା ପାଇଁ ସୁବିଧା ହେଉଥିଲା। ମାତ୍ର ଠିକାଦାର ମାନଙ୍କ ମନମାନି ଯୋଗୁଁ ଲୋକମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଜଳସମ୍ପଦ ବିଭାଗର ଅଧିକାରୀ ଓ ଯନ୍ତ୍ରୀ ମାନେ ଏହି ଅବ୍ୟବସ୍ଥା କୁ ଅନୁଧ୍ୟାନ କରି ଆବଶ୍ୟକୀୟ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି।

Leave a Reply

Your email address will not be published. Required fields are marked *