ଗାଁ ଦାଣ୍ତରେ ଚାଲିଚାଲି ଗଲେ ରାଷ୍ଟ୍ରପତି

ରାଜ୍ୟ
Spread the love

ବାରିପଦା : ୩ ଦିନିଆ ମୟୂରଭଞ୍ଜ ଗସ୍ତରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଦ୍ବିତୀୟ ଦିବସରେ ରାଷ୍ଟ୍ରପତି ପାହାଡପୁର ଗସ୍ତ କରିଛନ୍ତି। ପାରମ୍ପରିକ ନୂତ୍ୟ ଓ ବାଦ୍ୟଯନ୍ତ୍ର ରେ ପାହାଡପୁରବାସୀ ସ୍ବାଗତ କରିଛନ୍ତି। ସେଠାରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେ​‌ବେ ରାଷ୍ଟ୍ରପତି । ସେ ନିଜେ ନିର୍ମାଣ କରିଥିବା ପାହାଡପୁର SLS ଡକ୍ୟୁମେଣ୍ଟାରୀ ଫିଲ୍ମ ସୁଟିଂ ରେ ଭାଗ ନେଇଥିଲେ। ପରେ ମୁର୍ମୁ ଛକରେ ନିର୍ମାଣ କରାଯାଇଥିବା ନିଜ ସ୍ବାମୀଙ୍କ ପ୍ରତିମୃର୍ତ୍ତୀକୁ ରେ ମାଲ୍ୟାର୍ପଣ କରିଛନ୍ତି। ସେଠାର ବାହାରି ଗୋଶାଣିପୀଠରେ ମୁଣ୍ତିଆ ମାରିବା ସହ  ଗାଁ ଲୋକମାନଙ୍କ ସହ କିଛି ସମୟ ଆଲୋଚନା କରିଛନ୍ତି।ସେଠାରୁ ଯାଇ ଆଦିବାସୀଙ୍କ ପୂଜାସ୍ଥଳ ଯାହିର ପୀଠରେ ପୂଜାର୍ଚ୍ଚନା କରିଥିଲେ। ବଡ କଥା ହେଲା ନିଜ ଜନ୍ମ ମାଟିରେ ଚାଲିଚାଲି  ମନ୍ଦିରକୁ ଯାଇଥିଲେ ରାଷ୍ଟ୍ରପତି। ୨ଟା ୪୦ ସମୟରେ ବାସଭବନକୁ ଫେରିଛନ୍ତି। ୩ଟା ସମୟରେ ଶିମିଳିପାଳ ଗସ୍ତ କରିଛନ୍ତି ରାଷ୍ଟ୍ରପତି। ସେଠାରେ ସେ  ରାତ୍ରୀଯାପନ କରିବା ନେଇ କାର୍ଯ୍ୟସୂଚୀ ରହିଛି।

Leave a Reply

Your email address will not be published. Required fields are marked *