କରଞ୍ଜିଆରେ ଅବକାରୀ ବିଭାଗର ଚଢ଼ାଉ: ୭୦ ଲିଟର ମହୁଲି ମଦ ସହ ବାଇକ୍ ଜବତ, ୨ ଗିରଫ

ମୟୂରଭଂଜ ରାଜ୍ୟ
Spread the love

କରଞ୍ଜିଆ: କରଞ୍ଜିଆ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ମହୁଲି ମଦ ଜବତ କରାଯିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ଇନ୍ସପେକ୍ଟର ଜୟନ୍ତୀ ଆଚାର୍ଯ୍ୟ ଏବଂ ଓଆଇସି (OIC) ରଶ୍ମି ରଞ୍ଜନ ନାଏକଙ୍କ ନେତୃତ୍ୱରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୂଚନା ଅନୁଯାୟୀ, ବିଭାଗ ପକ୍ଷରୁ ପ୍ରଥମେ କେଝରା ଗ୍ରାମର ଦୁଲୁ ହେମ୍ବ୍ରମ୍‌ଙ୍କ ଉପରେ ଚଢ଼ାଉ କରାଯାଇ ୩୦ ଲିଟର ମହୁଲି ମଦ ସହ ଏକ ହିରୋ ସ୍ପ୍ଲେଣ୍ଡର ମୋଟର ସାଇକେଲ ଜବତ କରାଯାଇଥିଲା। ସେହିପରି ହାଲ୍‌ପୁର ଗ୍ରାମର ହୃଷୀକେଶ ନାୟକଙ୍କ ଠାରୁ ୪୦ ଲିଟର ମହୁଲି ମଦ ଜବତ କରାଯାଇଛି। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

ଏହି ଚଢ଼ାଉରେ ଫୁଲମଣି ନାୟକଙ୍କ ସମେତ ଶୁକ୍ରୁଳି ଅବକାରୀ ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ। ଏହି ଘଟଣାରେ ଅବକାରୀ ବିଭାଗ ପକ୍ଷରୁ କେସ୍ ନମ୍ବର ୧୯୮/୨୫-୨୬ ଏବଂ ୧୯୯/୨୫-୨୬ ରୁଜୁ କରାଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ବିଭାଗୀୟ ସୂତ୍ରରୁ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *