ଝଙ୍କଡ଼, ୧୬/୧୨: ଝଙ୍କଡ଼ ସାରଳାପୀଠ କନକପୁର, ବସନ୍ତବଗିଚା ସ୍ଥିତ ସାରଳା ପବ୍ଲିକସ୍କୁଲ ର ପୂର୍ବତନ ଅଧ୍ୟକ୍ଷ ବରଦା ପ୍ରସାଦ ମହାନ୍ତି ଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧଉତ୍ସବ ଉପଲକ୍ଷେ ତାଙ୍କର ଜନ୍ମସ୍ଥାନ ରେ ଅନୁଷ୍ଠିତ ହୋଇଯାଇଛି l କନକପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ନମିତା ରାଉଳ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ଉପଲକ୍ଷେ ସ୍ମୃତିଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ, କୁ ସାରଦା ପ୍ରସାଦ ମହାନ୍ତି ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ l ଏଥିରେ ଭବାନୀ ଶଙ୍କର ଜେନା, କିଶୋର କୁମାର ଖୁଣ୍ଟିଆ, ନାରାୟଣ ପ୍ରସାଦ ଦାସ, ଗୋବିନ୍ଦପ୍ରସାଦ ଦାସ, ଅଜୟ କୁମାର ମହାନ୍ତି, ଆର ଏସ ଶିବବ୍ରତ, ଆର କେ ଦେବବ୍ରତ, ବର୍ଷା ପ୍ରିୟଦର୍ଶିନୀ, ସ୍ମୃତିରଞ୍ଜନ ଦାସ, ସୌମ୍ୟରଞ୍ଜନ ଦାସ, ଅଭିଜିତ ଦାସ, ସଂଯୁକ୍ତା ମହାନ୍ତି, ରାଜଲକ୍ଷ୍ମୀ ମହାନ୍ତି, ଜ୍ୟୋସ୍ନାମୟୀ ଦାସ, ବିଜୟଲକ୍ଷ୍ମୀ ମହାନ୍ତି, ଗାୟତ୍ରୀ ମହାନ୍ତି, ବିଜୟଲକ୍ଷ୍ମୀ ଦାସ, ଅନ୍ନପୂର୍ଣ୍ଣା ମହାନ୍ତି, ସୁଧାଂଶୁ ସ୍ୱାଇଁ, ନୃସିଂହ ଚରଣ ରାଉଳ, ବ୍ରଜକିଶୋର ମଲ୍ଲିକ ଓ ରମାକାନ୍ତ ରାଉଳ ପ୍ରମୁଖ ଯୋଗଦେଇ ସ୍ବର୍ଗତ ବରଦା ପ୍ରସାଦ ଜଣେ ଛାତ୍ରବତ୍ସଳ, ପରୋପକାରୀ, କର୍ତ୍ତବ୍ୟନିଷ୍ଠ ଆଦର୍ଶ ଶିକ୍ଷକ ବୋଲି ନିଜନିଜର ବକ୍ତବ୍ୟ ରେ ମତବ୍ୟକ୍ତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଶେଷରେ ସାଇସ୍ୱରୂପ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l
